ଉପସ୍ଥିତ ଜନତା ତଥା ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଉପଦେଶ ଦେଇ ନିର୍ମାଣ ଶ୍ରମିକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ମଧ୍ୟରେ ଦୁର୍ଘଟଣାଜନିତ ସହାୟତା, ମୃତ୍ୟୁ କ୍ଷେତ୍ରରେ ସହାୟତା, ଅତ୍ୟେଷ୍ଟିକ୍ରିୟା ସହାୟତା, ଶିକ୍ଷାବୃଭି ସହାୟତା, ଚିକିତ୍ସା ସହାୟତା, ବିବାହ ସହାୟତା, ଶିକ୍ଷାବୃତ୍ତି ସହାୟତା, ପ୍ରସୂତିକାଳୀନ ସହାୟତା ଆଦି ରହିଥିବାବେଳେ ସେମାନେ ଏହାର ସୁଯୋଗ ନେବାକୁ ଆହ୍ବାନ ଦେଇଥିଲେ ।ଜିଲ୍ଲା ଶ୍ରମ ଅଧ୍ୟାକାରୀ ସୂର୍ଯ୍ୟନାରାୟଣ ମାଳି ପ୍ରାରମ୍ଭରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କଲ୍ୟାଣ ଯୋଜନା ଗୁଡିକର ସମ୍ପୂର୍ଣ୍ଣ ବିବରଣୀ ଦେବା ସହ ଅଣସଂଗଠିତ ତଥା ନିର୍ମାଣ ଶ୍ରମିକ କଲ୍ୟାଣ ଯାଜାନାରେ ମିଳୁଥିବା ସେବାଗୁଡିକ ଏବେ ଅନ୍ଲାଇନରେ ପାଇପାରିବେଏବଂ ନିଜ ନିଜ ଘରପାଖରେ ଥିବା ଜନ ସେବା କେନ୍ଦ୍ର ବା ସହଜ ସେବା କେନ୍ଦ୍ରରେ ପାଇ ପାରିବେ ବୋଲି କହିଥିଲେ। ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀ ବୃନ୍ଦାବନ ଜୁଆଙ୍ଗ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ କଲ୍ୟାଣ ସଂଯୋଜିକା ସୁଶ୍ରୀ ରଶ୍ମିତା ଓଝା ଧନ୍ୟବାଦ ଅର୍ପଣ କରିଥିଲେ।