କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଘସିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଘଟଗାଁ ବ୍ଲକ୍ ସ୍ଥିତ ମା’ ତାରିଣୀ କଲ୍ୟାଣ ମଣ୍ଡପରେ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଉତ୍ସବରେ ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଘସିପୁରା ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାଗୁଡିକର ସୁଯୋଗ ନେବା ପାଇଁ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଆହ୍ଵାନ ସେମାନଙ୍କର ସକଳ ସୁଖ ସମୃଦ୍ଧି ଉପରେ ଦେଶର ବିକାଶ ନିର୍ଭର କରେ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବଦ୍ଧପରିକର । ସେଥିପାଇଁ ଆମ ସରକାର ଅନେକ ଉପାଦେୟ ଯୋଜନା ପ୍ରଣୟନ କରିଛନ୍ତି। ତାହାର ସୁଯୋଗ ଶ୍ରମିକ ଶ୍ରେଣୀ ଗ୍ରହଣ କରିବା ଉଚିତ। ଓଡ଼ିଶା କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟସ୍ତରରେ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି ଏବଂ ଏହାର ସୁପରିଚାଳନା ପାଇଁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସ୍ଥାପନ କରାଯାଇଥିବାବେଳେ ସମସ୍ତ ନିର୍ମାଣ ଶ୍ରମିକମାନେ ପଞ୍ଜିଭୁକ୍ତ ହୋଇ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଓଡିଶା ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୫୦ ପ୍ରକାର ବର୍ଗରୁ ଅଧ୍ବକ ଶ୍ରମିକମାନେ ଅର୍ନ୍ତଭୂକ୍ତ ହୋଇ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି। ସମ୍ମାନିତ ଅତିଥ ଭାବେ ଘଟଗାଁ ବ୍ଲକ୍ ଚେୟାରମ୍ୟାନ ଗୀତାଞ୍ଜଳି ନାଏକ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ୧୮ ବର୍ଷରୁ ଊର୍ଦ୍ଧ୍ବ ଏବଂ ୬୦ବର୍ଷରୁ କମ୍ ବୟସର ସମସ୍ତ ନିର୍ମାଣ ଶ୍ରମିକ ନିଜ ନାମ ପଞ୍ଜିକରଣ କରିବାକୁ କହିଥିଲେ ଏବଂ ତତ୍ସଲଗ୍ନସହାୟତା ରାଶି ପାଆନ୍ତୁ ବୋଲି କହିଥିଲେ। ଘଷିପୁରା ବିଧାୟକ ଶ୍ରୀପାତ୍ର ଏହିପରି ଅନେକ ସଚେତନତା କାର୍ଯ୍ୟକ୍ରମ କରି ଅଧିକରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକରଣ