Odisha news

ନୋଳିଆ ସାହି ବସ୍ତିରୁ ଟନ ଟନ କଞ୍ଚା ଝାଉଁ କାଠ ଜବତ କଲା ବନ ବିଭାଗ, ସମୁଦ୍ର ଗର୍ଭରେ ଲୀନ ହେବ ଢ଼ିଙ୍କିଆ ଚାରିଦେଶ ,ରକ୍ଷକ ସାଜିଛି ଭକ୍ଷକ

0
ବାଲିତୁଠ  ୨୫/୯ କୁଜଙ୍ଗ ବନାଞ୍ଚଳ ଅଧିନ ନୂଆଗାଁ ଜଟାଧାର ତଣ୍ଡା ଜଙ୍ଗଲ ରୁ ସହ ସହ ଝାଉଁ ଗଛ କାଟି ନେଇଥିବା ନୋଳିଆ ସାହି ରେ ସୋମବାର ସକାଳୁ ସକାଳୁ ବନବିଭାଗ ଅପରେସନ ଆରମ୍ଭ କରି ଟନ ଟନ କଞ୍ଚା ଝାଉଁ କାଠ ଜବତ କରିଛି । ସୋମବାର ସକାଳୁ ସକାଳୁ କୁଜଙ୍ଗ ବନାଞ୍ଚଳ ର ବନ ଅଧିକାରୀ ରଂଜନ ମିଶ୍ର ଙ୍କ ନେତୃତ୍ୱରେ ନୂଆଗାଁ ସେକ୍ସନ,ବାଲିତୁଠ ସେକ୍ସନ, ଜଟାଧାର ସେକ୍ସନ, କୁଜଙ୍ଗ ସେକ୍ସନ ଓ ଷଣ୍ଢ କୁଦ ସେକ୍ସନ ର ବନ କର୍ମଚାରୀ  ଏବଂ ଅଭୟ ଚାନ୍ଦ ପୁର ଥାନାଅଧିକାରୀ   ରାଜକିଶୋର ବେହେରା ଙ୍କ ସହିତ ଏକ ପ୍ଲାଟୁନ ପୋଲିସ ଅତର୍କିତ ଭାବେ ନୋଳିଆ ସାହି ବସ୍ତି ଅଞ୍ଚଳ ଓ ଜଟାଧାର କୂଳରେ ଥିବା ବସ୍ତି ଉପରେ ଚଢ଼ାଉ କରି ଟନ ଟନ କଞ୍ଚା ଝାଉଁ କାଠ ଜବତ କରିଛନ୍ତି ।ଜବତ କରାଯାଇଥିବା ଆଠ ଟ୍ରିପ କଞ୍ଚା ଝାଉଁ କାଠ କୁ  କୁଜଙ୍ଗ ରେଞ୍ଜ କାର୍ଯ୍ୟାଳୟ କୁ ପଠାଯାଇଛି ।ଦୀର୍ଘ ଆଠ ଘଣ୍ଟା କାଳ ଏହି ଅପରେସନରେ ବସ୍ତି ବାସିନ୍ଦା ଭୟଭୀତ ହୋଇପଡିଥିବା ବେଳେ ଟନ ଟନ କାଠ ଜବତ ହୋଇଛି ।ନୋଳିଆ ସାହି ବସ୍ତି ବାସିନ୍ଦା  ଅଞ୍ଜନା ବେହେରା ଙ୍କ କହିବା କଥା ଚଳିତ ବର୍ଷ ଜଟାଧାର ମୁହାଣ ଖୋଳା  ହେବା ପରେ ଉତ୍ତର ଦିଗକୁ ମୁହାଣ କୁଳ ଲଂଘୁଛି ।ଫଳରେ ତିନିମାସ ହେବ ଶହଶହ ଝାଉଁଗଛ ଉପୁଡି ପଡୁଛି ।ଏହି ସୁଯୋଗ ନେଇ କାଠ ମାଫିଆ ମାନେ ଶହ ଶହ କଞ୍ଚା ଝାଉଁ ଗଛ କାଟି ନେଉଥିବା ବେଳେ ଆମେ  ଫରେଷ୍ଟର ଓ ଗାର୍ଡ ଙ୍କୁ ଜଣାଇଛୁ ।ମାତ୍ର ସେମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ପ୍ରତି ଦିନରାତି ଗଛ କଟା ଚାଲିଛି ।ଆମେ ଜାଳେଣି ପାଇଁ ଭାସି ଆସିଥିବା କିଛି କାଠ ସଂଗହ କରି ଆମ ବାଡ଼ି ରେ ରଖିଥିବା ବେଳେ ବନ କର୍ମଚାରୀ ଚଢ଼ାଉ କରି କାଠ ଜବତ କରିଛନ୍ତି ।ଏହି କାଠ କାଟିବା ସମ୍ପର୍କରେ ଗତ ମାସରେ ସମ୍ବାଦ ରେ ଏକ ଖବର ପ୍ରସାରଣ ପରେ ବଡ଼ ତଣ୍ଡା ଜଙ୍ଗଲ ର ଫରେଷ୍ଟର ଙ୍କୁ ବଦଳି କରାଯାଇଥିଲା ।ସୂଚନା ଥାଉକି ସମୁଦ୍ର ଉପକୂଳ ବଡ଼ ତଣ୍ଡା ଜଙ୍ଗଲରେ ଏନଆରଜିଏସ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ବନୀକରଣ କରାଯାଉଥିବା ବେଳେ ରକ୍ଷକ  ଏଠି ଭକ୍ଷକ ସାଜୁଛି ।ଜଟାଧାର ମୁହାଣ କୂଳରେ ଜଟାଧାର ସାମୁଦ୍ରିକ ଥାନା ରହିଛି । ଏକ କିଲୋମିଟର ଦୂରରେ ନୂଆଗାଁ ବନାଞ୍ଚଳ କାର୍ଯ୍ୟାଳୟ ଓ ଦୁଇକିଲୋମିଟର ଦୂରରେ ବାଲିତୁଠ ବନାଞ୍ଚଳ କାର୍ଯ୍ୟାଳୟ ରହିଛି ।ଉଭୟ ସ୍ଥାନରେ ଦୁଇ ଦୁଇ ଜଣ ଫରେଷ୍ଟର, ଗାର୍ଡ ଓୟାଚର ରହିଥିବା ବେଳେ ଦିନ ଦି ପ୍ରହରରେ ଟନଟନ କାଠ କିପରି ମାସ ମାସ ଧରି କଟା ଚାଲିଲା ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଅନ୍ୟ ପଟେ ଦେଖିଲେ ବଡ଼ ତଣ୍ଡା ଜଙ୍ଗଲ ଢ଼ିଙ୍କିଆ ଚାରିଦେଶ ସହିତ ବାଲିତୁଠ ଅଞ୍ଚଳ ପାଇଁ ରକ୍ଷା କବଚ ଭାବେ ଉପକୂଳରେ ରହିଛି ।ଏହିଭଳି ଭାବେ ଯଦି ଶହ ଶହ କଞ୍ଚା ଝାଉଁ ଗଛ କଟାଯାଇ ଜଙ୍ଗଲ ନଷ୍ଟ କରାଯିବ ତେବେ କେଉଁ ମୁହୂର୍ତ୍ତରେ ଢ଼ିଙ୍କିଆ ଚାରିଦେଶ ସମୁଦ୍ର ଗର୍ଭରେ ଲୀନ ହୋଇଯିବ  କହିହେଉନାହିଁ ।ଏ ନେଇ ବନ ବିଭାଗ ର ପରିବା ପଣିଆ ଉପରେ ବୁଦ୍ଧିଜୀବି ମାନେ ପ୍ରଶ୍ନ ଉଠାଇଛନ୍ତି ।ଜଟାଧାର ଉପକୂଳ ବାସିନ୍ଦା ମାନେ ଏଭଳି ସମ୍ବେଦନଶୀଳ ଘଟଣା କୁ ଗୁରୁତର ସହିତ ବିଚାର କରି ଜନ ସଚେତନତା କରିବାର ଆବଶ୍ୟକତା ରହିଛି ।ନଚେତ ଆପଣା ହସ୍ତେ ଜିହ୍ଵା ଛେଦି କେହି ନ ଥିବେ ପ୍ରତିବାଦୀ ଉକ୍ତି ସାର ହେବ

Leave A Reply