ଚଣ୍ଡିଖୋଲ,୧୪/୦୫ : ଯାଜପୁର ଜିଲ୍ଲାର ବଡଚଣା ଓ ଧର୍ମଶାଳା ବ୍ଳକର ଶତାଧୀକ ଗ୍ରାମରେ ଏବେ ପାନୀୟ ଜଳର ସଙ୍କଟ ଦେଖାଦେଇଥିଲା ବେଳେ ତାହାର ନିରାକରଣ ପାଇଁ ସରକାରୀ ସ୍ଥରରେ ତତ୍ପରତା ପ୍ରକାଶ ପାଉନାହିଁ! ଏହି ସମସ୍ୟାର ସମାଧାନ ପାଇଁ ଲୋକେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ମନଙ୍କ ଦୃଷ୍ଟି ଆକର୍ଷଣ କରି ନୟାନ୍ତ ହେଲାପରେ ଏବେ ପାନୀୟ ଜଳ ପାଇଁ ହସ୍ତସନ୍ତ ହେଉଛନ୍ତି! ବଡଚଣା ବ୍ଳକର ଜଙ୍ଗଲ ଓ ପାହାଡିଆ ଅଞ୍ଚଳ ଭାବେ ଜଣାସୁଣା,ସମିଆ,ଶାଳପଡା,ସୀହା,
ପାରିହା,ବୈରୀ,ଧାନମଣ୍ଡଳ, ଛତିଆ,ସୋଲର ଠାରୁ ଆରମ୍ବକରି ପ୍ରାୟ ୧୩ଟି ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ବ ଗ୍ରାମରେ ଏବେ।ଭିଷଣ ଜଳକଷ୍ଟ ପରିଲକ୍ଷିତ ହୋଇଥିଲା ବେଳେ ଏହିସବୁ ଅଞ୍ଚଳରେ ପୂର୍ବରୁ ବସାଯାଇଥିବା ନଳକୂଅ ଗୁଡିକ ଅଚଳ ହୋଇ ପଡିଛି! ସେହିପରି ଏହିସବୁ ପଞ୍ଚାୟତ ଗୁଡିକରେ ରହିଥିବା ବସୁଧା ଓ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଗୁଡିକ ମଧ୍ୟ ଅଚଳ ହୋଇରହିଛି! ଫଳରେ ଲୋକେ ପିଇବା ପାଣି ପାଇପାରୁ ନାହାନ୍ତି! ଅପରପକ୍ଷରେ ମେଗା ଯୋଜନାରେ ପ୍ରତ୍ୟେକ ଘରକୁ ସ୍ୱଛ ପାନୀୟଜଳ ଯୋଗାଣ କାମ କେବଳ କାଗଜ କଲମରେ ଚାଲିଥିବାରୁ ତାହା ମଧ୍ୟ ବାସ୍ତବଭାବେ ଲୋକମାନଙ୍କ କାମରେ ଆସୁନାହିଁ! ଏହି ଯୋଜନାରେ ବଡଚଣାରେ କୌଣସି ଗୋଟିଏବି ଗ୍ରାମରେ ଅଦ୍ୟାବଧି ପ୍ରକଳ୍ପ କାମ ପୂର୍ଣ୍ଣାଙ୍ଗ ହୋଇନାହିଁ! ସେହିପରି ଧର୍ମଶାଳା ବ୍ଳକର ପଶ୍ଚିମାଞ୍ଚଳରେ ଅବସ୍ଥିତ ତାଳଜଙ୍ଗ,ଚକ୍ରଧରପୁର,ଅଞ୍ଜିରା,ସାହ ଣୀଡିହ,ପୁରୁଣାବଉଳମାଳ,ମହିଶରା,ସପା ରୁ,ଗଡମଧୁପୁର,ପାଖର,ତରଞ୍ଜିଆ,କମା ଗଡ,ଥାନୁଆଳ,ଅଣ୍ଟିଆ ପ୍ରଭୃତି ୨୦ଟିରୁ ଉର୍ଦ୍ଧ୍ବ ପଞ୍ଚାୟତର ୭୦ରୁ ଉର୍ଦ୍ଧ୍ବ ଗ୍ରାମରେ ଉତ୍କଟ ଜଳ ସଙ୍କଟ ପରିଲକ୍ଷିତ ହୋଇଛି! ଏହି ଅଞ୍ଚଳ ଜଳକ୍ଳିଷ୍ଟ ଅଞ୍ଚଳଭାବେ ଜଣାସୁଣା ହୋଇଥିଲା ବେଳେ ପ୍ରତ୍ୟେକ ଗ୍ରୀଷ୍ମ ସମୟରେ ପରିସ୍ଥିତି ଜଟିଳ ହୋଇଥାଏ! ଏ ସମ୍ପର୍କରେ ସରକାର ଓ ଜିଲ୍ଲା ପ୍ରଶାସନ ପାଖରେ ତଥ୍ୟ ମହଯୁଦ ରହିଥିଲେ ମଧ୍ୟ ତାହା ଆଧାରରେ କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ! ଫଳରେ ଲୋକେ ନାହିଁ ନଥିବା ହିନସ୍ଥା ଭୋଗୁଛନ୍ତି! ଏହି।ପଞ୍ଚାୟତ ଗୁଡିକରେ ୨୧୮ଟି ବସୁଧା ଯୋଜନାର ପ୍ରକଳ୍ପ ଅଚଳ ହୋଇପଡିଥିଲା ବେଳେ ତାହାକୁ ସଚଳ କରିବା ପାଇଁ କାହାରି ଆନ୍ତରିକତା ନଥିବା ଲୋକେ ଅଭିଯୋଗ କରିଛନ୍ତି! ସେହିପରି ଏହି ଅଞ୍ଚଳରେ ମଧ୍ୟ ମେଘା ପାନୀୟ ଜଳ ଯୋଜନା ସମ୍ପୁର୍ଣ୍ଣ ଫେଲ ମାରିଛି! ୧୦ଟି ସ୍ଥାନରେ ଏହି ଯୋଜନାରେ ନିର୍ମାଣ ହେଉଥିବା କାମ ଭୁଇଁରୁ ଊଠିପାରୁ ନଥିବାବେଳେ ୬ଟି ସ୍ଥାନରେ କେବଳ ପାଣିଟାଙ୍କି ନିର୍ମାଣ ହୋଇଛି! ହେଲେ ସେଠାକୁ ପାଇପ ସଞ୍ଜୋଗ ହୋଇନାହିଁ! ଏହି ଅଥଞ୍ଚଳର ଶ୍ୟାମସୁନ୍ଦରପୁର,ଜେନାପୁର, କମାଗଡ,ଠାରୁ ଆରମ୍ଭ କରି ୬ଟି ସ୍ଥାନରେ ମେଘା ପାନୀୟଜଳ ପ୍ରକଳ୍ପ କାମରେ ମଧ୍ୟ ଅଚଳାବସ୍ଥା ଦେଖାଦେଇଛି! ଫଳରେ ଏହି ଯୋଜନାର ସୁଫଳ ଲୋକେ ପାଇପାରୁ ନାହାନ୍ତି! ଏପରିକି ଗ୍ରୀଷ୍ମ ପ୍ରବାହ ଏବେ ଉକତ୍କଟ ହୋଇଥିଲେ ମଧ୍ୟ ଅଚଳ ହୋଇ ପଡିଥିବା ନଳକୂଅ ଗୁଡିକୁ ମରାମତି କରାଯାଉନାହିଁ!ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଥିଲା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଏହିସବୁ ଜଳକ୍ଳିଷ୍ଟ ଅଞ୍ଚଳରେ ତାହାର କୌଣସି ପ୍ରଭାବ ପଡିନାହିଁ! ପରିସ୍ଥିତି ଅଧିକ ଯଟିଳ ହେବା ପୂର୍ବରୁ ଯଥୋଚିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶାସନ ନିକଟରେ ଲୋକେ ଦାବି କରିଛନ୍ତି!