ନିରାକାରପୁର,୧୪/୫: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ହଜ ଗ୍ରାମପଞ୍ଚାୟତ କାଲୁଚୁଆପାଟଣା ଗ୍ରାମର ମହନ୍ତ ନାୟକଙ୍କ ପୁତ୍ର ତନ୍ମୟ ନାୟକ ( ୨୪) ଓ ବିମ୍ବାଧର ନାୟକଙ୍କ ପୁତ୍ର ଅନିଲ ନାୟକ ( ୨୫) କୌଣସି କାର୍ଯ୍ୟରେ କମାଗୁରୁ ଯାଇ ଘରକୁ ଫେରି ଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବାଇକ ରାସ୍ତା କଡ ଏକ ପାଚେରୀ ରେ ପିଟ ହୋଇ ଯିବାରୁ ଦୁଇ ଜଣ ଯାକ ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ। ଲୋକେ ଦେଖି ସେମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ହସ୍ପିଟାଲ୍ ପଠାଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନିଲ କୁ ଭୁବନେଶ୍ୱର ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ଯୋଗୁ ତନ୍ମୟ କୁ କଟକ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଏ ନେଇ ରିପୋର୍ଟ ଲେଖା ପର୍ଯ୍ୟନ୍ତ ଜଂକିଆ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ପ୍ରଜ୍ଞା ରିତମ୍ବର କର ଜଣାଇଛନ୍ତି। କିନ୍ତୁ ଶେଷ ଖବର ସୁଦ୍ଧା ଅନିଲ କୁ ଭୁବନେଶ୍ୱର ରୁ କଟକ ସ୍ଥାନାନ୍ତର କରାଯାଇଥିବର ଜଣାପଡିଛି।