ଜମିଜମାର ଭୁଲ ରେକର୍ଡକୁ ନେଇ ହୀନସ୍ତା ଭୋଗୁଛନ୍ତି ୧୯ଟି ଗ୍ରାମର ୮୦ ହଜାରରୁ ଉର୍ଦ୍ଧ୍ବ ଲୋକ : ଅଞ୍ଜିରା ପଞ୍ଚାୟତବାସୀଙ୍କ ମଧ୍ୟରେ ଗୁମୁରୁଛି ଅସନ୍ତୋଷ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବଳରାମପୁର ରାଜସ୍ୱ ସର୍କଲ ଅଧିନ ଅଞ୍ଜିରା ମୌଜାରେ ଗତ ବନ୍ଦୋବସ୍ତ ସମୟରେ ହଜାର ହଜାର ଚାଷୀଙ୍କ ଜମିଜମାର ଭୁଲ ରେକର୍ଡ କରାଯାଇ ସ୍ଥିତିବାନ ଜମିକୁ ଶାଳ ଜଙ୍ଗଲ,ଅନାବାଦୀ ଓ ଝାଟି ଜଙ୍ଗଲ କିଶମ କରାଯାଇ ଥିବାରୁ ଏହି ଅଞ୍ଚଳର ୧୯ଟି ଗ୍ରାମର ୮୦ ହଜାରରୁ ଉର୍ଦ୍ଧ୍ବ ଚାଷୀ ଓ ସ୍ଥାୟୀ ବାସିନ୍ଦା ବର୍ଷ ବର୍ଷ ଧରି ହିନସ୍ତା ଭୋଗୁଛନ୍ତି! ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ କ୍ଷତିଗ୍ରସ୍ତ ଚାଷୀ ଓ ସ୍ଥାନୀୟ ଲୋକେ ନିଜ ଜମିଜମାର ଭୁଲ ରେକର୍ଡକୁ ସନଶୋଧନ କରିବା ପାଇଁ ସଗ୍ରାମ ଚଳାଇ ଆସୁଥିଲେ ମଧ୍ୟ ସେମାନଙ୍କ ନାର୍ଯ୍ୟ ଦାବିପ୍ରତି କାହାର ଦୃଷ୍ଟି ପଡୁନାହିଁ! ଫଳରେ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି! ଜମିଜମାର ବାସ୍ତବ ସ୍ଥିତିକୁନେଇ ରେକର୍ଡ ସଶୋଧନ କରିବା ପାଇଁ ଏହି ଅଞ୍ଚଳର ପ୍ରାୟ ୪୦ଟି ମୌଜାରେ ଗତ ୧୯୮୪ ମସିହାରେ ବନ୍ଦୋବସ୍ତ ଆରମ୍ଭ ହୋଇଥିଲା!ଅତି ମନ୍ଥର ଗତିରେ କାର୍ଯ୍ୟ ଚାଲିବାପରେ ୧୯୯୭/୯୮ ମସିହାରେ ଅଞ୍ଜିରା ସମେତ ୫ଟି ମୌଜାକୁ ଛାଡି ଅନ୍ୟ ସମସ୍ତ ମୌଜାର ସଶୋଧିତ ଜମିପଟ୍ଟା ଲୋକମାନଙ୍କୁ ପ୍ରଦାନ କରାଯାଇଥିଲା! ବାକି ରହିଥିବା ଅଞ୍ଜିରା,ଚକ୍ରଧରପୁର,ମର୍ଯ୍ୟାଦାପୁ ର, କବାଟବନ୍ଧ ଓ ବିଛାଖଣ୍ଡି ମୌଜାରେ ପରବର୍ତ୍ତୀ ସମୟରେ ବନ୍ଦୋବସ୍ତ କାମ ଆରମ୍ଭ କରାଯାଇ ଲୋକମାନଙ୍କର ରେକର୍ଡ ସଶୋଧନ କରାଯାଇ ବନ୍ଦୋବସ୍ତ ପ୍ରକ୍ରିୟାର ୩ଟି ପର୍ଯ୍ୟୟ କାର୍ଯ୍ୟ ଶେଷପରେ ଚାଷୀମାନଙ୍କୁ ରେକର୍ଡ ସଶୋଧନର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା! ହେଲେ ଜମି ମାଲାକମାନଙ୍କୁ ପଟ୍ଟା ପ୍ରଦାନ ପୂର୍ବରୁ ଗତ ୨୦୦୦ ମସିହାରେ ହଠାତ ବନ୍ଦୋବସ୍ତ କାର୍ଯ୍ୟ ବନ୍ଦକରାଯାଇ ପୁନର୍ବାର ୨୦୧୦ ମସିହାରେ ଆରମ୍ଭ କରାଯାଇଥିଲା! ଉକ୍ତ ପର୍ଯ୍ୟାୟରେ ପୂର୍ବରୁ ଶେଷ ହୋଇଥିବା ବନ୍ଦୋବସ୍ତର ତିନି ପର୍ଯ୍ୟାୟର କାର୍ଯ୍ୟକୁ ଗ୍ରହଣ କରାଯାଇ ସର୍ବଶେଷ ରେକର୍ଡ ସଶୋଧନ ସହ ଜମିଜମାର ଜମାଧାର୍ଯ୍ୟ କରାଯାଇ ଜମିମାଲିକ ମାନଙ୍କୁ ପଟ୍ଟା ପ୍ରଦାନ ପାଇଁ କ୍ୟାମ୍ପ ବସାଯାଇଥିଲା! ଏହାପରେ ୨୦୧୩ ମସିହାରେ ଅଞ୍ଜିରା ମୌଜାର ପଟ୍ଟା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା! ହେଲେ ପରିତାପର ବିଷୟ ଏହି ସମୟରେ ହଜାର ହଜାର ଚାଷୀ ଓ ସ୍ଥାୟୀ ବାସିନ୍ଦା ମାନଙ୍କର ଘରଡିହ ଜମିଜମାର ପୂର୍ବ ରେକର୍ଡକୁ ଭୁଲ କରାଯାଇ ସ୍ଥିତିବାନ ଜମିକୁ କିଶମ ପରିବର୍ତ୍ତନ କରି ଜଙ୍ଗଲ,ଝାଟି ଝଙ୍ଗଲ,ଶାଳ ଜଙ୍ଗଲ,ଅଳାବାଦୀ କିଶମ କରାଯାଇ ସରକାରୀ ଖାତାକୁ ନିଆଯାଇଥିବା ଜଣାପଡିଥିଲା!ଫଳରେ ଏହାକୁନେଇ ୧୯ଟି ଗ୍ରାମର ଜମି ମାଲିକମାନେ ଘରଦ୍ୱାର କରି ରହିଥିବା ଓ ଚାଷକରୁଥିବା ସେମାନଙ୍କର ଘରବାରି,ଚାଷଜମି ହରାଇଥିବା ଜାଣିବାପରେ ତିବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ପଟ୍ଟା ବଣ୍ଟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା! ସେହି ଦିନଠାରୁ ଅଦ୍ୟାବଧି ନିଜ ନିଜର ଭିଟାମାଟି ଓ ଚାଷ ଜମିର ସ୍ଥିତିବାନ ରେକର୍ଡକୁ ସଶୋଧନ କରିବା ପାଇଁ ଲୋକେ ସ୍ଥାନୀୟ ରାଜନେତା ଏବଂ ବିଧାୟକଙ୍କ ଠାରୁ ଆରମ୍ଭକରି ରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କୁ କ୍ରମାଗତ ଅବଗତ କରିଚାଲିଛନ୍ତି! ହେଲେ ଏହି ହଜାର ହଜାର କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ପ୍ରତି କାହାରି ଦୃଷ୍ଟି ନଥିବା ଅଭିଯୋଗ ହୋଇଛି! ଘରଡିହ ଓ ଚାଷ ଜମିର ରେକର୍ଡ ଠିକ ନଥିବାରୁ ଲୋକେ ଜମିବାଡି କିଣାବିକା ବା ବନ୍ଧକ କରିପାରୁ ନଥିଲା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ କୌଣସି ପ୍ରକାର ପ୍ରମାଣପତ୍ର ମିଳିବା ସମ୍ଭବ ହେଉନାହିଁ! ଫଳରେ ଏହାକୁନେଇ ସମଗ୍ର ଅଞ୍ଚଳରେ ଏକ ଅଶ୍ୱଭାବିକ ଅବସ୍ଥା ସୃଷ୍ଟି ହୋଇଛି! ବିଭିନ୍ନ ସ୍ଥରରେ ଆପତ୍ତି ଓ ଆନ୍ଦୋଳନ ପରେ ଇତିମଧ୍ୟରେ କୌଣସି ସୁଫଳ ନମିବାରୁ ଏବେ ପୁଣି କ୍ଷତିଗ୍ରସ୍ତ ଲୋକେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିସ୍ପତି ନେଇଛନ୍ତି! ଏଥିନେଇ ଏକ ପ୍ରତିନିଧି ମଣ୍ଡଳୀ ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ତହସିଲଦାର ଓ ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ପ୍ରଦାନକରିଛନ୍ତି! ଯଦି ଏଥିନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି