Odisha news

ଆଠଗଡ ବିଜୁ ଜନତା ଦଳର ସକ୍ରିୟ କର୍ମୀ ବାଲୁଙ୍କେଶ୍ୱର ମହାନ୍ତି ଦେହାନ୍ତ

0
ଆଠଗଡ଼ ୨୯/୪/୨୩ ବାଲୁଙ୍କେଶ୍ୱର ମହାନ୍ତି ହେଉଛନ୍ତି ବିଜୁ ଜନତା ଦଳର ଜଣେ ଆଗ ଧାଡିର କର୍ମୀ ଥିଲେ।  ବାଲୁଙ୍କେଶ୍ୱର ମହାନ୍ତି (ବାଲି ମଉସା )ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳର ଜଣେ ପୁରୁଣା ଲୋକ, ମନ୍ତ୍ରୀ ଙ୍କ ଘନିଷ୍ଠ ସହଯୋଗୀ ଏବଂ ଦଳର ଜଣେ ଆଗ ଧାଡିର ନେତା କହିଲେ ମଧ୍ୟ ଭୁଲ ହେବ ନାହିଁ। ବେଣ୍ଟପଦା ଗ୍ରାମର ବାଲୁଙ୍କେଶ୍ଵର ମହାନ୍ତି ତଥା ବାଲି ମଉସାଙ୍କର ମୃତ୍ୟୁ ଖବର ଶୁଣିଲା ପରେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ  ମେଡିକାଲ ରେ ପହଂଚି  ତାଙ୍କର ପାର୍ଥିବ ଶରୀରକୁ  ଶେଷ ଦର୍ଶନ କରି ତାଙ୍କ ମର ଶରୀର  ଦଳୀୟ ପତାକା ପକାଇ  ଶ୍ରଦ୍ଧା ସୁମନ  ଅର୍ପଣ କରି  ତାଙ୍କ ମରଶରୀରକୁ ଦଳୀୟ  କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ଅପେକ୍ଷା କରିଥିବା  ବିଜୁ ଜନତା ଦଳର  କର୍ମୀ ଓ ସରପଞ୍ଚ ସମିତି ସଭ୍ୟ  ପୁଷ୍ପ ମାଳ ଅର୍ପଣ କରିଥିଲେ । ସେମାନଙ୍କ ମଧ୍ୟରେ   ନୃସିଂହ ଚରଣ ମହାପାତ୍ର , ଜିଲ୍ଲା ପରିଷଦ ସଭ୍ଯା  ଶାନ୍ତି ଲତା  ବେହେରା , ବଳଭଦ୍ର ବାଘ  ସସ୍ମିତା ରାଉତ , ଅଶୋକ ରାଉତ   ସରପଞ୍ଚ ଶ୍ରୀକାନ୍ତ ପଣ୍ଡା,  ରୂପ ମଲ୍ଲିକ, କୃଷକ ନେତା ନିରାକାର ଲେଙ୍କା , ବିନୋଦ ମାଝୀ  , ସତ୍ୟ ପ୍ରିୟ ମହାନ୍ତି ସମେତ   ସମସ୍ତ  ସରପଞ୍ଚ ଦଳୀୟ  ସମିତି ସଭ୍ୟା ଓ ଦଳୀୟ କମି ଶେଷ ଦର୍ଶନକରି ପୁଷ୍ପ ମାଳ ଅର୍ପଣ କରି  ବାଲି ମଉସା ଅମର ରହେ  ଧ୍ବନିରେ ରେ ଦଳୀୟ କାର୍ଯ୍ୟାଳୟ ରୁ ମନ୍ତୀ ଙ୍କ ସହିତ ଦଳୀୟ କର୍ମୀ ଶୋଭା ଯାତ୍ରା କରି କନ୍ତୋଲ ଦେଇ ନିଜ ଗ୍ରାମ ବେଣ୍ଟ ପଦା ଗ୍ରାମ ପହଂଚି ବା ପରେ  ମାନ୍ୟବର ମନ୍ତ୍ରୀ ସ୍ୱାଇଁ ନିଜ କାନ୍ଦ ରେ ବାଲି ମଉସା କୁ ନେଇ ଶସ୍ମାନ ପର୍ଯ୍ୟନ୍ତ ନେଇଥିଲେ। ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।
Nalco
Leave A Reply