ଚଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବଜାରରେ ଦିନକୁ ଦିନ ବ୍ୟବସାୟିକ ପ୍ରତିଷ୍ଠାନ ବଢି ଚାଲିବା କାରଣରୁ ସମଗ୍ର ଅଞ୍ଚଳରେ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି!ଏପରି ସ୍ଥିତିରେ ଅସାଧୁ ବ୍ୟବସାୟୀ ମାନେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ବିପଦପୂର୍ଣ୍ଣ ଭାବେ କେବିନ ପକାଇ ଅସ୍ଥାୟୀ ବ୍ୟବସାୟ ଚଳାଇଛନ୍ତି! ଯେଉଁଥି ପାଇଁ ଏବେ ଦୈନିକ ଶହଶହ ଲୁହାପଥର ବୋଝେଇ ଟ୍ରକ ଯାତାୟାତ ହେବାରୁ ଭିଡ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହେଉଥିବା ଦେଖିବାକୁ ମାଳୁଛି!ଏହି ସମସ୍ୟା ଅତି ଯନ୍ତ୍ରଣା ଦାୟକ ହୋଇଥିଲା ବେଳେ କେତେକ ବେପାରୀ ରାଜପଥର ପାର୍ଶ୍ବ ରାସ୍ତାକଡ ଡ୍ରେନ ଓ ଫୁଟପାଥକୁ ଜବର ଦଖଲକରି ସେଠାରେ ଉପରେ ହୋଡିଗଂ ଲଗାଇବା ସହ ଅସ୍ଥାୟୀ ବ୍ୟବସାୟ ଚଳାଇବା କାରଣରୁ ଜନସାଧାରଣଙ୍କ ଯାତାୟାତ ବାଧାପ୍ରାପ୍ତ ହେବାସହ ଦୁର୍ଘଟଣା ବୃଦ୍ଧି ପାଉଛି! ସାଧାରଣ ଲୋକଙ୍କ ପାଦଚଲା ପାଇଁ ଉଦ୍ଦିଷ୍ଟ ରାସ୍ତା ଅବରୋଧ ହେବାରୁ ବଜାରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇଛି! ମୁଖ୍ୟତଃ ଆରଟିଓ ଅଫିସ ଠାରୁ ଟ୍ରାଫିକ ଛକ, ଅନ୍ଯ ପଟେ ଟ୍ରାଫିକ ଛକ ଠାରୁ ଷ୍ଟେଟ ବ୍ୟାଙ୍କ ପର୍ଯ୍ୟନ୍ତ ବ୍ୟପକ ଭିଡ ପରିଲକ୍ଷିତ ହେଉଛି!ଯାହା ଫଳରେ ଆମ୍ବୁଲାନ୍ସ ଓ ଅଗ୍ନିସମ ବିଭାଗ ଗାଡି ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧା ଷୃଷ୍ଟି ହେଉଛି! ଏଥିନେଇ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ,ପୋଲିସ କିମ୍ବା ପ୍ରଶାସନିକ ଅଧିକାରୀ ମାନେ ଏଥିନେଇ ଦୃଷ୍ଟିପାତ କରୁନଥିବାରୁ ପରିସ୍ଥିତି ସଙ୍ଗିନ ହେଇପଡିଛି! ଏହିଭଳି ଭିଡ ପାଇଁ ଟ୍ରାଫିକ ଛକ ଉପରେ ଦୈନିକ ଦୂର୍ଘଟଣା ଘଟି ଧନଜୀବନ ନଷ୍ଟ ହେବା ସହ ଚଣ୍ଡିଖୋଲ ଏବେ ମରଣଯନ୍ତାରେ ପରିଣତ ହୋଇଛି!