Odisha news

ଧର୍ମଶାଳାର ୫ ମେଗା କ୍ରସର ମାଲିକ ଓ କଳାପଥର ବ୍ୟବସାୟୀଙ୍କ ଉପରେ ଆୟକର ଚଢାଉ ଦ୍ୱିତୀୟ ଦିନରେ,ଲିଙ୍କରେଥିବା ଅସାଧୁ ବେପାରି ଛାନିଆ

0

ଚଣ୍ଡିଖୋଲ,୦୪/୦୪ :  ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଖଣିର ଲିଜଧାରୀ ଓ ମେଗା କ୍ରସର ଚଳାଉଥିବା ୫ଜଣ ଅସାଧୁ ବ୍ୟବସାୟୀ ଓ ସେମାନଙ୍କ ଅଫିସ ଉପରେ ସୋମବାର ଦିନ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ଚାଲିଥିବା ଚଢାଉ ଦ୍ୱିତୀୟ ଦିନରେ ପହଞ୍ଚିଛି! କୋଟି କୋଟି ଟଙ୍କାର ଟିକସ ଫାଙ୍କି ଓ ବେଆଇନ ଆର୍ଥିକ କାରବାର ଅଭିଯୋଗରେ ଏହି ଚଢ଼ାଉ ଆରମ୍ଭ ହୋଇଥିବା ଜଣାପଡିଛି! ଧର୍ମଶାଳା ତହସିଲ ଡଙ୍କାରୀ ରାହାଡପୁର ଠାରେ ଥିବା ନରେନ୍ଦ୍ର ସିଂ ମାଲହୋତ୍ରାଙ୍କ ଉତ୍କଳ ହାଇଉଏ ଏବଂ ବଜରଙ୍ଗି କ୍ରସର ୟୁନିଟ ଉପରେ ଚଢ଼ାଉ ଚାଲିଥିଲା ବେଳେ ଡଙ୍କାରୀ ଠାରେଥିବା ଅମିତ ଷ୍ଟୋନ କ୍ରସର,ଚଡେଇଧରା ଲୁଣିବର ମୌଜାରେ ଥିବା ଜଗବନ୍ଧୁ ମୁଦୁଲିଙ୍କ ଜେବିଏସ କ୍ରସର ଓ ତାଙ୍କ ତେଲଟାଙ୍କି, ବିଛାଖଣ୍ଡି ଠାରେ ଥିବା ସନ୍ଦିପବରୁଣ ଜେନା ଓ ଦେବେନ୍ଦ୍ର କୁମାର ଜେନାଙ୍କ ଏସ ଏନ କମ୍ଫାନୀର କ୍ରସର ଓ ସାଇରାମ କ୍ରସର ସମେତ ଯଖପୁରା ଥାନା ମାନତିରା ସ୍ଥିତ ତାଙ୍କ ଅଫିସରେ ଗତକିଲିଠାରୁ ଅଦ୍ୟାବଧି ଚଢାଉ ଚାଲିଥିବା ଜଣାପଡିଛି!ଇତି ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜାତ ଆୟକର ଅଧିକାରୀଙ୍କ ହସ୍ତଗତ ହୋଇଥିଲା ବେଳେ ସେମାନେ ୩ଜଣଙ୍କୁ ଅଟକରଖି ତନଖି ଯାରୀରଖିଥିବା ଜଣାପଡିଛି! ଚଢାଉ ସମୟରେ ଅନେକ ଅସାଧୁ ବ୍ୟବସାୟୀ ଉକ୍ତ ବ୍ୟବସାୟୀଙ୍କ ଲିଙ୍କରେ ଥିବା ଆୟକର ଅଧିକାରୀ ମାନେ ଜଣିପାରିଥିବା ଆଲୋଚନା ହେଉଛି! ଯାହାକୁନେଇ ସେମାନଙ୍କ ଲିଙ୍କରେଥିବା ଏହିସବୁ ଅସାଧୁ ବ୍ୟବସାୟୀ ମାନେ ଛାନିଆ ହୋଇପଡିଥିବା ଦେଖାଯାଇଛି!ସେମାନେ ନିଜ ଅଫିସ ଓ ବ୍ୟବସାୟ ସସ୍ଥା ବନ୍ଦକରି ଅଣ୍ଡରଗ୍ରାଉଣ୍ଡ ହୋଇଯାଉଥିବା ଆଲୋଚନା ହେଉଛି! ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଡଙ୍କାରୀ, ଲୁଣିବର, ଗଙ୍ଗେଇଡୁବୁରୀ ବିଛାଖଣ୍ଡି ପ୍ରଭୃତି ପାହାଡର କଳାପଥର ଖଣିରୂ ଅସାଧୁ ବ୍ୟବସାୟୀ ମାନେ ସମ୍ପୂର୍ଣ୍ଣ ବେଆଇନ ଭାବେ ହଜାର ହଜାର କୋଟି ଟଙ୍କାର କଳାପଥର ଲୁଟପାଟ କରିବା ସହ ଲୁଟ କଳାପଥରକୁ ନିଜ ନିଜ କ୍ରସର ୟୁନିଟରେ ବ୍ୟବହାରକରି ଶହଶହ କୋଟି ଟଙ୍କାର ଟିକସଫାଙ୍କି କରିଥିବା ଅଭିଯୋଗ ହୋଇଥିଲା! ଯାହାକୁନେଇ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଦୀର୍ଘ ଦିନହେବ ରାଜ୍ୟରେ ଚର୍ଚ୍ଚିତ ହୋଇଯାଇଥିଲା! ଉକ୍ତ ତହସିଲରେ କଳାପଥର ଲୁଟକରି ୫/୭ ବର୍ଷ ମଧ୍ୟରେ ବହୁ ବ୍ୟବସାୟୀ ଅସାଧୁ ଉପାୟରେ ଶହଶହ କୋଟି ଟଙ୍କାର ମାଲିକ ହୋଇଥିବା ନେଇ ବାରମ୍ବାର ବିଭିନ୍ନ ସ୍ଥରରେ ଅଭିଯୋଗ ହୋଇ ଆସୁଛି! ପାରାଦୀପ ଓ ଢେଙ୍କାନାଳ ଲିଙ୍କଥିବା ଏହି ଅସାଧୁ ବ୍ୟବସାୟୀ ମାନେ ବେନାମୀ କାଗଜ ପତ୍ରରେ କୋଟି କୋଟି ଟଙ୍କାର କାରବାର କରିଥିବା ପ୍ରମାଣ ମିଳିବା ପରେ ଆୟକର ବିଭାଗ ପକ୍ଷରୁ ଏହି।ଚଢାଉ ଆରମ୍ଭ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି! ଏହି ଅଭିଯୋଗ ନେଇ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଏଥିପୂର୍ବରୁ ଏଠାର ବିଭିନ୍ନ ଅସାଧୁ ବ୍ୟବସାୟୀଙ୍କ ଉପରେ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା! ଅଦ୍ୟାବଧି ସେହିସବୁ ବ୍ୟବସାୟୀଙ୍କ ବିରୁଦ୍ଧରେ ତଦନ୍ତ ଅବ୍ୟାହତ ଥିଲାବେଳେ ଏବେ ପୁଣିି  ସୋମବାର ଠାରୁ ଏହି ଚଢାଉ ଆରମ୍ଭ କରାଯାଇଛି! ଆୟକର ବିଭାଗର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଅଧିକାରୀ ଦିନରାତି ଏହି ଚଢାଉରେ ସାମିଲ ଥିବା ଜଣାପଡିଛି!

Leave A Reply