Odisha news

୨୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନେଳିଆ ପଞ୍ଚାୟତ ଭବନର ଉଦ୍ଘାଟନ

0
ଚଣ୍ଡିଖୋଲ/ଛତିଆ,୧୮।୧ :  ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ନେଳିଆ ପଞ୍ଚାୟତର ନୂତନ ପଞ୍ଚାୟତ ଭବନର ଶୁଭ ଉଦ୍ଘାଟନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି! ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଭବନକୁ  ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ! ଏହି ଉଦଘାଟନୀ ଉତ୍ସବରେ ବଡଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସେନାପତି, ନେଳିଆ ସରପଞ୍ଚ ଜୟନ୍ତୀ ସ୍ୱାଇଁ,ସମିତି ସଭ୍ୟା ଗୀତାଞ୍ଜଳି ବେହେରା, ବ୍ଲକ୍ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ  ଅରବିନ୍ଦ ସାମଲ, ୧୬ ନମ୍ୱର୍ ଜୋନ୍ ଜିଲା ପରିଷଦ ସଭ୍ୟ ଯଚିନ୍ଦ୍ର ନାୟକ ,ସୋଲାର ସରପଞ୍ଚ ବିଜୟ ସ୍ୱାଇଁ, ଛତିଆ ସମିତି ସଭ୍ୟ ଦୀପକ ସାହୁ, ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି,ବ୍ଲକ ସମ୍ପ୍ରସାରଣ ଅଧିକାରୀ ଅମୀୟ ରଞ୍ଜନ ନାଥ, ଧୀରେନ୍ଦ୍ର ନାଥଙ୍କ ସମେତ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ!
Nalco
Leave A Reply