ଚଣ୍ଡିଖୋଲ :- କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଉଥିଲା ବେଳେ ଯାଜପୁର ଜି୍ଲଲାର ଚଣ୍ଡିଖୋଲକୁ ବାହାର ରାଜ୍ୟରୁ ବହୁ ପ୍ରବାସୀ ଆସୁଛନ୍ତି । ସେମାନେ ଏଠାରେ ପହଂଚିଲା ପରେ ପ୍ରଶାସନ ଅଜ୍ଞାତରେ ସେମାନଙ୍କ ଭଡାଘର ଓ ଗ୍ୟାରେଜ ପ୍ରଭୁତିର ସିଧାସଳଖ ରହି କାମ ଆରମ୍ଭ କରୁଛନ୍ତି । ନାଂ ସେମାନେ ସଙ୍ଗରୋଧ କେନ୍ଦ୍ରକୁ ଯାଉଛନ୍ତି ନାଁ ପ୍ରଶାସନ ସେମାନଙ୍କ ପ୍ରତି ତଥ୍ୟ ସଂଗ୍ରହ କରି ସେମାନଙ୍କୁ ସାଙ୍ଗରୋଧ କେନ୍ଦ୍ରକୁ ନେଉଛି । ଯାହାକୁ ନେଇ ଏଠାରେ ଏବେ ସଙ୍ଗୀନରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ।
ଏକ ଆକଳନ ନୁଯାୟୀ ଚଣ୍ଡିଖୋଲରେ ଇତି ମଧ୍ୟରେ ୪ଶହରୁ ଉର୍ଦ୍ଧ ପ୍ରବାସୀ ବିଭିନ୍ ରାଜ୍ୟରୁ ଏଠାକୁ ଆସିଛନ୍ତି । କୋଭିଡି ୧୯ ଦାୟିତ୍ୱରେ ଥିବା ପଦାଧିକାରୀ ମାନେ ଏଥିପ୍ରତି ତିଳେ ମାତ୍ର ଚିନ୍ତା କରୁନାହାନ୍ତି । ଚଣ୍ଡିଖୋଲ ଏକ ବ୍ୟବସାୟିକ କେନ୍ଦ୍ରସ୍ଥଳି ହୋଇଥିବାରୁ ଏଠାକୁ ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର, ମଧ୍ୟପ୍ରଦେଶ ଆଦି ଅଂଚଳ ସହ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରୁ ଲୋକମାନେ ଆସି ଏଠାରେ ରହୁଛନ୍ତି ।
ବାହର ରାଜ୍ୟରୁ ଆସୁଥିବା ଲୋକମାନେ କୋଭିଡ ନିୟମ ଅନୁଯାୟୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ନିଜର ତଥ୍ୟ ପ୍ରଦାନ କରିବା ସହ ସଂଗରୋଧ ଗୃହରେ ରହିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ଏଠାକୁ ଆସୁଥିବା ଲୋକମାନେ ଏହି ନିୟମକୁ ଅବମାନନା କରି ସିଧାସଳଖ ସେମାନଙ୍କ ଭଡାଘରେ ରହୁôଥିବା ବେଳେ ବିଭିନ୍ ଗ୍ୟାରେଜରେ ରହୁଅଛନ୍ତି । ସେହିସବୁ ଲୋକମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଂଗରୋଧ ଗୃହରେ ରଖିବା ପାଇଁ ସ୍ଥାନୀୟ ଜିଲ୍ଲା ପାଳ, ଅଙ୍ଗନବାଡି ଓ ଆଶାକର୍ମୀ ମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଅଛି । ଯଦି ସେମାନଙ୍କ କଥା କୌଣସି ବ୍ୟକ୍ତି ନମାନି ଏଥିରୁ ଖିଲାପ କରନ୍ତି ସ୍ଥାନୀୟ ପୋଲିସ ସହାୟତାରେ ସେମାନଙ୍କୁ ସଂଗରୋଧ ଗୃହରେ ରଖିବା ପାଇଁ ନିୟମ ରହିଅଛି । ଯାଜପୁର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଉଥିବାରୁ ଚଣ୍ଡିଖୋଲରେ ପ୍ରଶାସନର ଏଭଳି ଢିଲା କାର୍ଯ୍ୟକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି । ପରିସ୍ଥିତ ଅଣାଆୟତ ହେବା ପୂର୍ବରୁ ଯାଜପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି ।