ବାଲିପାଟଣା : ବାଲିପାଟଣା ଜଳ ସମ୍ପଦ ବିଭାଗର କର୍ମଚାରୀଙ୍କର ଖୋଲା ଖୋଲି ଧମକ୍ ‘ ମୋ ଘର ସାମ୍ମନା କେନାଲ ବନ୍ଧ ରାସ୍ତା ଉପରେ ଘର ତୋଳିବି, ମୋତେ କେହି ଉଠାଇ ପାରିବେ ନାହିଁ’ । ବାଲିପାଟଣା ଜଳ ସମ୍ପଦ ବିଭାଗରେ ଖଲାସି ଭାବେ କାମ କରୁଥିବା ଗଗନ ବେହେରା ନାମକ ବ୍ୟକ୍ତି ଗିରିଙ୍ଗ ମାଇନର କେନାଲ ବନ୍ଧଉପରେ ଏକ ଘର ନିର୍ମାଣ କରିଛନ୍ତି । ଉକ୍ତ ରାସ୍ତାଟି ଗିରିଙ୍ଗ ଦଳିତ ସାହିରୁ ସରଦେଇପୁର ନିମାପଡା ମୁଖ୍ୟ ରାସ୍ତାକୁ ସଂଯୋଗ କରିଛି । ୨୦/୨୨ ଘର ଦଳିତ ପରିବାରଙ୍କ ଘରକୁ ରାସ୍ତା ନଥିବାରୁ ଅଠାନ୍ତର ଗ୍ରାମପଚାଂୟତ ସରପଚଂ ମନେ୍ଦାଦରୀ ଦେଇ ମନରେଗାରେ ମରାମତି କାମପାଇଁ ଯୋଜନା ପ୍ରସ୍ତୁତ କରି କାମ ଆରମ୍ଭ କରିଥିଲେ ।
ଏହି କେନାଲ ଦ୍ୱାରା ସରାଟ, ସରାଟ ଶାସନ, ସରିପୁର, ଗିରିଙ୍ଗ, ବଳଭଦ୍ରପୁର, ଗାରେଡିପାଚଂଣ ଓ ଚଣାହଟ୍ଟା ଅଚଂଳର ଚାଷୀ ଉପକୃତ ହେଉଥିବାରୁ କୋନାଲକୁ ଖୋଳାଯାଇ ସେହି ମାଟିରେ ରାସ୍ତା ସଂପ୍ରସାରଣ କରାଯାଉଥିଲା । ଯାହା ଫଳରେ କେନାଲର ପାଣି ଆସିଲେ ଆଉ ଅଧାବାଟରେ ନରହି ତଳମୁଣ୍ଡ ପର୍ଯ୍ୟନ୍ତ ଯାଇ ପାରିବ । କାମ ଦୃତଗତିରେ ଆରମ୍ଭ ହୋଇ ଶ୍ରୀଯୁକ୍ତ ବେହେରାଙ୍କ ଘର ନିକଟରେ ପହଁଚିବା ବେଳକୁ ଏହାକୁ ସେ ବିରୋଧ କରିଥିଲେ । ତାଙ୍କ ଘରଦେଇ ଯାଇଥିବା ରାସ୍ତା ତାଙ୍କର, ସେ ତା ଉପରେ ନିର୍ମାଣ କରିଥିବା ଘର ଭାଙ୍ଗିବେ ନାହିଁ । ଅଠାନ୍ତର ଗ୍ରାମବାସୀ , ବ୍ଲକ ପ୍ରଶାସନ, ସରପଚଂ ଓ କିଛି ଚାଷୀ, ଜଳସମ୍ପଦ ବିଭାଗର ଅଧିକାରୀ ସହକାରୀ ଯନ୍ତ୍ରୀ ସମ୍ବିତ କୁମାର ସାହୁଙ୍କୁ ଅବଗତି କରାଇ ଥିଲେ । ଫଳରେ ଉକ୍ତ କର୍ମଚାରୀ ବେହେରା ୨/୪ଦିନ ମଧ୍ୟରେ ଘରଭାଙ୍ଗି ରାସ୍ତାକୁ ଜନସାଧାରଣଙ୍କ ଯାତାୟତ ପାଇଁ ସ୍ୱାଭାବିକ କରିଦେବେ ବୋଲି କହିଥିଲେ ।
କିନ୍ତୁ ଆଜକୁ ୧୫ଦିନ ବିତିଯାଇଥିଲେ ମଧ୍ୟ କେନାଲ ବନ୍ଧ ରାସ୍ତା ସଫାତ ଦୁରର କଥା ବଂର ଗଗନ ବେହେରା ସ୍ଥାନିୟ ଚାଷୀ ଓ ଲୋକମାନଙ୍କୁ ଗାଳି ଗୁଲଜ କରୁଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ସମ୍ବିଦ୍ କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ମୁଁ ଶ୍ରୀ ବେହେରାଙ୍କ ସାଙ୍ଗରେ ଯୋଗାଯୋଗ କରିଛି ସେ ଏହି ମଧ୍ୟରେ ଘରଟିକୁ ଭାଙ୍ଗିଦେବେ ବୋଲି ପ୍ରତିସୃତି ଦେଇଛନ୍ତି ।