Odisha news

ବଡଚଣା ପଞ୍ଚାୟତ ସମିତିର ୪ର୍ଥ ବୈଠକକୁ ବହୁ ଅଧିକାରୀଙ୍କ ବେଖାତିର : ଅନୁପସ୍ଥିତ ନେଇ ସଦସ୍ୟଙ୍କ କ୍ଷୋଭ

0

ଚଣ୍ଡିଖୋଲ,୨୮/୧୨ :  ଯାଜପୁର ଜିଲ୍ଲା ବଡଚଣା ପଞ୍ଚାୟତ ସମିତିର ୪ର୍ଥ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା ବେଳେ ଉକ୍ତ ବୈଠକକୁ ବହୁ ଅଧିକାରୀ ଖାତିର କରିନଥିବା ଆଲୋଚନା ହେଉଛି! ପଞ୍ଚାୟତ ସମିତି ସଭା ଗୃହରେ ଅଧ୍ୟକ୍ଷା ମିନତୀ ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ଳକ ସ୍ଥରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବାର ନିୟମ ଥିଲେ ମଧ୍ୟ ଏଥିରେ ବହୁ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ଥିବା ଦେଖାଯାଇଥିଲା! ଏହିସବୁ ବିଭାଗୀୟ ଅଧିକାରୀ ମାନଙ୍କ ଅନୁପସ୍ଥିତିକୁ ନେଇ ବୈଠକରେ ଉପସ୍ଥିତ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀ ମାନଙ୍କର ପଞ୍ଚାୟତ ସମିତି ବୈଠକକୁ ଖାତିରି ନଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ! ଯାହାକୁ ନେଇ ଆଜିର ବୈଠକରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା! ବିଶେଷକରି ଶିକ୍ଷା ଓ ପାନୀୟଜଳ ଯୋଗାଣ ବିଷୟରେ ଆଲୋଚନା ପାଇଁ ଆଜିର ବୈଠକରେ ବିଷୟ ବସ୍ତୁ ରଖାଯାଇଥିଲା!

ହେଲେ ଏହି ବିଭାଗର ଅଧିକାରୀ ମାନେ ଉପସ୍ଥିତ ହୋଇ ଉତ୍ତର ରଖିପାରି ନଥିଲେ! ସେହିପରି ମାଇନର ଏରିଗେସନ,ଡ୍ରେନେଜ ବିଭାଗର କୌଣସି ଅଧିକାରୀ ଡଙ୍କର ବୈଠକରେ ଦେଖା ମିଳିନଥିଲା! ଏପରିକି ବ୍ଳକ ପଞ୍ଚାୟତ ଅଧିକାରୀ ମଧ୍ୟ ବୈଠକରେ ଅନୁପସ୍ଥିତ ଥିବା ଦେଖା ଯାଇଥିଲା!ଏ ସମ୍ପର୍କିତ ପ୍ରଶ୍ନରେ ବ୍ଳକ ପଞ୍ଚାୟତ ଅଧିକାରୀ ଛୁଟିରେ ଥିବା କୁହାଯାଇଥିଲା! ଯାହାକୁ ନେଇ ଉପସ୍ଥିତ ସଦସ୍ୟମାନେ ତିବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ! ବିଶେଷକରି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଉକ୍ତ ବୈଠକରେ ଅଧିକାରୀ ମାନଙ୍କ ଅନୁସ୍ଥିତିକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖାଯାଇଥିଲା! ବିଡିଓ ପ୍ରଥମେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସ୍ୱଗତ କରିବା ସହ ସରକାରଙ୍କ୯ଟି କାର୍ଯ୍ୟଧାରା ଉପରେ ଆଲୋଚନା ପାଇଁ ବିବରଣି ରଖିଥିଲେ! ବ୍ଳକର ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଥିବା ମାର୍କେଟ ଘର ଗୁଡିକୁ ପଞ୍ଚାୟତ ଅଗୋଚରରେ କିପରି ବ୍ଳକ ଅଧିନକୁ ନିଆଗଲା ସେ ସମ୍ପର୍କରେ ଛତିଆ ଓ ସୁଙ୍ଗୁଡା ସରପଞ୍ଚ ପ୍ରଶ୍ନ କରିଥିଲେ ମଧ୍ୟ ସେମାନଙ୍କୁ ସନ୍ତୋଷ ଜନକ ଉତ୍ତର ମିଳିନଥିବାରୁ ଉଭୟ ସରପଞ୍ଚ ଅସନ୍ତୋଷ ବ୍ୟକ୍ତ କରିଥିଲେ!ସେହିପରି କେତେକ ଅଙ୍ଗନବାଡି କେନ୍ଦ୍ରରେ ଅବ୍ୟବସ୍ଥା ଓ ନିର୍ମାଣଧିନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ନେଇ ବହୁ ସଦସ୍ୟ ତିବ୍ର ଅସନ୍ତୋଷ ପ୍ରକାଶ କରୁଥିବା ଦେଖା ଯାଇଥିଲା!ଏପରିକି ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କୁ ମଞ୍ଚରେ ବସିବା ପାଇଁ ପ୍ରଥମେ ଚୌକି ମିଳିନଥିବା ଦେଖାଯାଇଥିଲା ! ଯାହାକୁ ନେଇ କେତେକ ସଦସ୍ୟ ବିରକ୍ତି ପ୍ରକାଶ କରିଥିଲେ!

Leave A Reply