ଚଣ୍ଡିଖୋଲ,୧୨/୧୦ : ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ-ଡୁବୁରୀ ଅଶ ଏବେ ମରଣ ଯନ୍ତା ସାଜିଛି! ଏହି ରାସ୍ତାର ଦୋହରି କରଣ କାର୍ଯ୍ୟ କରୁଥିବା ଠିକା କମ୍ପାନୀ ଏମ ଏସ ଆଇ ଏଲର ବେନିୟମ ନିର୍ମାଣ କାମ ଓ ମନମାନି ଯୋଗୁଁ ପୁରୁଣା ରାସ୍ତାର ଅବସ୍ତା ଶୋଚନୀୟ ହୋଇପଡିଛି! ନୂଆ ରାସ୍ତାର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ପର୍ଯ୍ୟନ୍ତ ପୁରୁଣା ରାସ୍ତାର ଆବଶ୍ୟକୀୟ ମରାମତି ଓ ପୁନ ନିର୍ମାଣ କରି ଯାତାୟାତକୁ ଶୁଗମ କରିବା ପାଇଁ ନିର୍ମାଣକାରୀ ଠିକା ସସ୍ଥା ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷଙ୍କ ସହ ଯୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ଅଧିକ ଆର୍ଥିକ ଫାଇଦା ତଥା ମଞ୍ଜୁରୀ ଅର୍ଥକୁ ହଡପ କରିବା ଲାଳସାରେ ଠିକା ସସ୍ଥା ଯୁକ୍ତି ଖିଲାପ କରି ପୁରୁଣା ରାସ୍ତାକୁ ମରାମତି କରୁନଥିବା ଅଭିଯୋଗ ହୋଇଛି! ରକ୍ଷଣାବେକ୍ଷଣ ଏବଂ ମରାମତି ଅଭାବରୁ ଏବେ ଏହି ରାସ୍ତାର ସମ୍ପୁର୍ଣ୍ଣ ୩୯ କିମି ଅଶ ଖାଲଖମାରେ ଭର୍ତ୍ତି ହୋଇଯାଇଛି! କୌଣସି ଗୋଟିଏ ସ୍ଥାନ ନାହିଁ ଯେଉଁଠି ସୁରକ୍ଷିତ ଭାବେ ଗାଡିମଟର ଯାତାୟାତ କରିପାରିବ! ରାସ୍ତାର ଏପରି ଦୁରବସ୍ଥା ଯୋଗୁଁ ପଥଚାରୀ ଓ ଗାଡି ଡ୍ରାଇଭର ମାନେ ନାହିଁ ନଥିବା ହୀନସ୍ଥା ଭୋଗିବା ସହ ସେମାନଙ୍କୁ ଦୈନିକ ଦୁର୍ଘଟଣାକୁ ସାମନା କରିବାକୁ ପଡୁଛି! ରାସ୍ତାର ଏହି ୩୯ କିମି ଅଶରେ ଗତ ସାତଦିନ ମଧ୍ୟରେ ୪୧ ଟି ଦୁର୍ଘଟଣା ଘଟିଥିବା ଜଣା ପଡିଛି!
ଉକ୍ତ ଜାତୀୟ ରାଜପଥର ଚଣ୍ଡିଖୋଲରୁ ଚଡେଇଧରା ଓ ବାଲିସାହିରୁ ଡୁବୁରୀ ଅଶରେ ଆଣ୍ଠୁଏ ଲେଖା ଖାଲ ହୋଇଥିଲା ବେଳେ ପିଚୁ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି! ରାସ୍ତାର ସ୍ଥିତି ଏପରି ହୋଇଛି ଏହାକୁ ଦେଖିଲେ କେହିବି ବିଶ୍ୱାସ କରିବ ନାହିଁ କି ଏହା ଏକ ଜାତୀୟ ରାଜପଥ ବୋଲି! ନିର୍ମାଣ କାମରେ ନିୟୋଜିତ ଏସ ଆଇ ଏଲ ଠିକା ସସ୍ଥାର ଏପରି ମନମାନି ଓ ବେଆଇନ କାର୍ଯ୍ୟ ନେଇ ସ୍ଥାନୀୟ ଅଞ୍ଚଳବାସୀ ଜାତୀୟ ରାଜପଥ କତ୍ତୃପକ୍ଷ ଓ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ! ଫଳରେ ଲୋକଙ୍କ ମନରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାବା ସାଙ୍ଗକୁ ସଚେତନ ନାଗରିକ ମଞ୍ଚ,ଯାଜପୁର ପକ୍ଷରୁ ଏଥିନେଇ ଆନ୍ଦୋଳନ ଡାକରା ଦିଆଯାଇଛି! ଇତି ମଧ୍ୟରେ ସଚେତନ ନାଗରିକ ମଞ୍ଚର ଆବାହକ ସରୋଜକୁମାର ବେହେରା ଓ କର୍ମକର୍ତ୍ତାମାନେ ଭୁବନେଶ୍ୱରରେ ଜାତୀୟ ରାଜପଥ ଆଞ୍ଚଳିକ ଅଧିକାରୀଙ୍କୁ ଦୁଇ ଦୁଇଥର ଭେଟି ଏହି ରାସ୍ତାର ଦୂରବସ୍ଥା ସମ୍ପର୍କରେ ଅବଗତକରି ଯାତାୟାତ ଅନୁପଯୋଗୀ ହୋଇପଡିଥିବା ପୁରୁଣା ରିସ୍ତାର ଆଶୁ ମରାମତି ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାମ ତୁରନ୍ତ ଆରମ୍ଭ ପାଇଁ ଦାବି କରିଥିଲେ ମଧ୍ୟ ତାହା ଫଳବତୀ ହୋଇନାହିଁ! ଏ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ନିର୍ମାଣ କାମରେ ନିୟୋଜିତ ସପୃକ୍ତ ଠିକା ସସ୍ଥାକୁ ଏଥିନେଇ ତାଗିଦ କରାଯିବା ସହିତ ତା’ ଉପରେ ଇତିମଧ୍ୟରେ ଦଶଲକ୍ଷ ଟଙ୍କାର ଯୋରିମାନା କରାଯାଇଥିବା କହିବା ସହ ଏହି ଯୋରିମାନା ଆଦାୟ ପାଇଁ ଚଣ୍ଡିଖୋଲ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ!
