Odisha news

ବିଜେପି ମହିଳା ମୋର୍ଚ୍ଚା ତରଫରୁ ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଜୟନ୍ତୀ ପାଳନ : ରାଜମାତା ମହିଳାଙ୍କୁ ସହଭାଗିତା ଓ ସଶକ୍ତିକରଣକୁ ବୃଦ୍ଧି କରିବାରେ ଥିଲେ ସହାୟକ

0

ଭୁବନେଶ୍ୱର, ତା.୧୨/୧୦: ରାଜମାତା ସିନ୍ଧିଆ ଅନୁଶାସନ ଓ ବିଚାରଧାରାର ସଂସ୍କାର ଆଣିଥିଲେ । ଭାରତୀୟ ଜନତା ପାର୍ଟିର ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱରେ ଆଣିଥିବା ଓ ସମାଜରେ ମହିଳାଙ୍କୁ ପର୍ଦ୍ଧାରୁ ବାହାର କରି ମୁଖ୍ୟସ୍ରୋତରେ ଯୋଡି ସଶକ୍ତିକରଣ କରିବା ରାଜମାତାଙ୍କ ଅବଦାନ ଅତୁଳନୀୟ । ଯାହା ମହିଳାଙ୍କୁ ନେଇ ତାଙ୍କର ସ୍ୱପ୍ନ ଥିଲା ପରବର୍ତୀ ସମୟରେ ବାଜପେୟୀଙ୍କ ସରକାରରେ ମହିଳା ସଶକ୍ତିକରଣ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ସାକାର ହେଲା । ମହିଳାମାନେ ରାଜନୈତିକ, ଆର୍ଥôକ, ସମାଜାମିକ କ୍ଷେତ୍ରରେ କିପରି ସ୍ୱାବଲମ୍ବୀ ହେବେ ସେନେଇ ରାଜମାତା ସଦାସର୍ବଦା ଚେଷ୍ଟା କରୁଥିଲେ । ବଂଚିତ, ଶୋଷିତ ଏବଂ ଦୁର୍ବଳ ଶ୍ରେଣୀର ମହିଳାଙ୍କ ଉତ୍ଥାନ ପାଇଁ ରାଜମାତା ଲଢେଇ କରିଥିଲେ । ତୃଣମୂଳସ୍ତରରେ ବିଶେଷ କରି ମହିଳାଙ୍କ ପାଇଁ ସେ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସମୟରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତିରେ ସେ କଂଗ୍ରେସର କଳା ଆଇନକୁ ବିରୋଦ୍ଧ କରିଥିଲେ ରାଜମାତା ।

ନିସ୍ୱାର୍ଥପରତା, ତ୍ୟାଗ ଓ ବଳୀଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରାଜମାତା ସ୍ୱର୍ଗତଃ ବିଜୟରାଜେ ସିନ୍ଧିଆ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ରାଜମାତା ସ୍ୱାଭାବରେ ଥିଲେ ଅତି ସରଳ । ରାଜମାତା ରାଜନୀତିରେ ଏକ ନୂଆ କିର୍ତୀମାନ ସ୍ଥାପନା କରିଥିଲେ । ଭାରତୀୟ ଜନତାପାର୍ଟିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆଜି ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ୧୦୩ତମ ଜନ୍ମ ଜୟନ୍ତୀ । ରାଜମାତା ମଧ୍ୟପ୍ରଦେଶଠାରେ ୧୨ ଅକ୍ଟୋବର ୧୯୧୯ ମସିହାରେ ଜନ୍ମ ହୋଇଥିଲେ । ଶ୍ରୀମତୀ ସିନ୍ଧିଆ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟା ଥିଲେ । ରାଜମାତାଙ୍କ ବିଚାରଧାରାକୁ ଆଦର୍ଶ ଭାବେ ଗ୍ରହଣ କରି କାର୍ଯ୍ୟ କରାଯାଉଛି ।

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ଆୟୋଜନରେ ହୋଇଥିବା ଶ୍ରଦ୍ଧାଞ୍ଜଳୀ ସଭାରେ ମଂଚ ସଂଚାଳନ କରିଥିଲେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ କାନନବାଳା ପଟ୍ଟନାୟକ । ଏହି ଅବସରରେ ବରିଷ୍ଠ ନେତା ତଥା ବୁଦ୍ଧିଜୀବୀ ପ୍ରକୋଷ୍ଠ ସଂଯୋଜକ ଶ୍ରୀ ସର୍ଜନ ଶର୍ମା, ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡା, ଅନିତା ଶୁଭଦର୍ଶୀନି ପଟ୍ଟନାୟକ, ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ, ଡ.ଯତିନ ମହାନ୍ତି, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିୟତି ଗିରି, କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ସଂପାଦିକା ରଶ୍ମିରେଖା ଦାସ, ମହିଳାମୋର୍ଚ୍ଚ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ, ଡ. ପି୍ରତୀପ୍ରତିଭା ଭୋଳ, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମନ୍ଦାକିନି ପାତ୍ର ଓ ସାଧାରଣ ସଂପାଦିକା ଲିପା ଦାଶଙ୍କ ଅନ୍ୟାନ୍ୟ ବିଶିଷ୍ଠ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

 

 

Nalco
Leave A Reply