ମାଗଣାରେ ଆବାସ ଓ ରେଳବାଇରେ ଚାକିରୀ ଦେବାକୁ କହି ଗରିବଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ : ଜେନାପୁର ପୋଲିସ ଦ୍ୱାରା ଦୁଇ ଠକ ଗିରଫ, ବହୁ ସାମଗ୍ରୀ ଜବତ
ଚଣ୍ଡିଖୋଲ,୨୧/୮ : ଯାଜପୁର ଜିଲ୍ଲାର ଜେନାପୁର ତଥା ବିଭିନ୍ନ ଥାନା ଅଞ୍ଚଳରେ ନିଜର ଠକାମି ଜାଲ ବୁଣି ଗରିବଙ୍କୁ ମାଗଣାରେ ଆବାସ ଓ ବେକାରଙ୍କୁ ରେଳବାଇରେ ଚାକିରୀ କରାଇ ଦେବା ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକିନେଇ ଫେରାରଥିବା ଦୁଇ ଆନ୍ତରାଜ୍ୟ ଠକକୁ ଜେନାପୁର ଥାନା ପୋଲିସ ଧରିବାକୁ ସକ୍ଷମ ହୋଇଛି! ଗିରଫ ହୋଇଥିବା ଦୁଇ ଠକ ହେଉଛନ୍ତି ଯାଜପୁର ଟାଉନ ଗୋଖନାର ବିଶ୍ୱନାଥ ସାହୁ(୩୫) ଓ ଭୁବନେଶ୍ୱର ନୟାପଲ୍ଲି ଅଞ୍ଚଳର ବିରଜାପ୍ରସାଦ ରିୟ(୩୨)! ପୋଲିସ ସେମାନଙ୍କୁ ଯାଜପୁର ଓ ଭୁବନେଶ୍ୱରରୁ ଗିରଫ କରିବା ପରେ ତାଙ୍କ ନିକଟରୁ ବହୁ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ କରିଛି! ଠକ ବିଶ୍ୱନାଥ ସାହୁ ନିଜକୁ ବାଜୀ ରାଉତ ସୋସିଆଲ ହାଉସି ସସ୍ଥାର କୋଅଡିନେଟର ଭାବେ ପରିଚୟ ଦେଇ ଗ୍ରାମାଞ୍ଚଳରେ ଗରୀବ ଲୋକଙ୍କୁ ମାଗଣାରେ ଆବାସ ଯୋଗାଇ ଦେବାକୁ କହି ଜେନାପୁର ଥାନା ମହିଶରା ଦୌଲତପୁର ଅଞ୍ଚଳରୁ ଅନେକ ଗରୀବ ଲୋକଙ୍କ ଠାରୁ ପଞ୍ଜିକରଣ ପାଇଁ ଜଣପ୍ରତି ଦୁଇହଜାର କରି ଆଦାୟକରିଥିଲା! ବିଶ୍ୱାସ ଜନ୍ମାଇବା ପାଇଁ ସେ ତା ସହଯୋଗୀ ବିରଜା ସହାୟତାରେ କେତେଜଣଙ୍କ ଘରେ ଘର ତିଆରି ପାଇଁ ଇଟା ମଧ୍ୟ ପକାଇଥିଲା! ଏଥିରେ ଭରଷାକରି ବହୁ ସଖ୍ୟକ ଲୋକ ତାକୁ ପଞ୍ଜିକରଣ ପାଇଁ ଟଙ୍କା ଦେଇଥିଲେ! ଏପରିକି ସ୍ଥାନୀୟ ଅଞ୍ଚଳରେ ବିଶ୍ୱାସ ଜନ୍ମାଇବା ପରେ ଦୌଲତପୁର ଗ୍ରାମର ସେବତୀ।ମହାରଣାଙ୍କ ପୁଅକୁ ରେଳବାଇରେ ଚାକିରୀ ଦେବାକୁ କହି ତାଙ୍କଠାରୁ ଦେଢଲକ୍ଷ ଓ ତାଙ୍କ ଜାଣତରେ ଏହି ଅଞ୍ଚଳର ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ଠାରୁ ବହୁ ଟଙ୍କା ଆଦାୟ କରିଥିଲେ! ୨୦୨୧ ମସିହାରେ ସେମାନେ ଏହି ଠକାମୀ କରିଥିଲେ ମଧ୍ୟ ଆଜିସୁଧା କାହାରିକୁ ଆବାସ ବା।ଚାକିରୀ ଦେବା ସମ୍ଭବ ହୋଈପଥିଲା! ଏପରିକି ସେମାନେ ଆଉ କାହାରିକୁ ଦେଖା ନଦେବା ଓ ଫୋନ ନ ଉଠାଇବାରୁ ଗତ ୧୩ ତାରିଖ ଦିନ ଦୌଲତପୁରର ସେବତୀ ମହାରଣା ଜେନାପୁର ଥାନାରେ ଏଥିନେଇ ଏତଲା ଦାୟର କରିଥିଲେ! ଏତଲା ପରେ ପୋଲିସ ଜେନାପୁର ଥାନାରେ ୨୨୦/୨୨ରେ ଏକ ମାମଲା ପଞ୍ଜିକୃତ କରି ତଦନ୍ତ ଆରମ୍ଭ କରିଥିଲା! ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ପ୍ରଥମେ ଠକ ବିଶ୍ୱନାଥକୁ ଯାଜପୁରରୁ ଗିରଫ କରିଥିଲା! ପରେ ତାର ସୂଚନା ଆଧାରରେ ଭୁବନେଶ୍ୱର ନୟାପଲ୍ଲି ଅଞ୍ଚଳରେ ଚଢ଼ାଉ କରି ତାର ସହଯୋଗୀ ବିରଜା ରାୟକୁ ଗତକାଲି ଗିରଫ କରିଥିଲା! ଗିଳଫ ପରେ ସେମାନଙ୍କ ନିକଟରୁ ପୋଲିସ ୫ଟି ମୋବାଇଲ,ବେଳବାଇର ଅନେକ ବେନାମୀ ନିଯୁକ୍ତି ପତ୍ର,ସକାଳ ଖବରର ବେନାମୀ ପ୍ରେସ କାର୍ଡ, ଏକ ବାକ୍ସରେ ଭର୍ତ୍ତି ଥିବା ନକଲି ସୁନା ଇଟା,ବିଭିନ୍ନ ଲୋକଙ୍କ ଠାରୁ ନେଇଥିବା ଅନେକ ସ୍କୁଲ ଓ କଲେଜ ସାର୍ଟିଫିକେଟ,ଦୁଇଟି ସ୍କୁଟି ଓ ଗୋଟିଏ ମୋଟରସାଇକେଲ ସହ ବାଜୀରାଉତ ସୋସିଆଲ ହାଉସି ନାମରେ ଥିବା କାଗଜପତ୍ରକୁ ପୋଲିସ ଜବତ କରିଥିଲା! ସେମାନେ ପାଖାପାଖି୩ଶହ ଜଣଙ୍କ ଠାରୁ ଘର ଦେବାକୁ କହି ଟଙ୍କା ଠକି ନେଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ରେଳବାଇ ଚାକିରୀ ଦେବାକୁ କହି ଲକ୍ଷ ଲକ୍ଷଟଙ୍କା ଠକିନେଇଥିବା ପୋଲିସ ନିକଟରେ ମାନିଥିବା ଜଣାପଡିଛି!ସେମାନଙ୍କୁ ରବିବାର ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଥିଲା ବେଳେ ଏଥିରେ ଆଉ କେଉଁ ମାନେ ସପୃକ୍ତ ଅଛନ୍ତି କି ନାହିଁ ସେ ସମ୍ପର୍କରେ ପୋଲିସ ତଦନ୍ତ ଯାରୀ ରଖିଛି ବୋଲି ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି!