Odisha news

ଲଗାଣ ବର୍ଷାରେ ୫୩ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ : ଚଣ୍ଡିଖୋଲ ଠାରୁ ଡୁବୁରୀ ରାସ୍ତା ମରଣଯନ୍ତା

0

ଚଣ୍ଡିଖୋଲ,୧୦/୮ :  କଛପ ଗତିରେ ନୂଆ ରାସ୍ତାର ଦୋହରୀ କରଣ କାମ ଚାଲିବା ଓ ପୁରୁଣା ରାସ୍ତାର ଉପଯୁକ୍ତ ମରାମତି ଅଭାବରୁ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ଡୁବୁରୀ ଅଶର ୪୦ କିମି ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିଲା ବେଳେ ଏବେ ଲଗାଣ ବର୍ଷା ରାସ୍ତାର ସ୍ଥିତିକୁ ସମ୍ପୂର୍ଣ୍ଣ ବେହାଲ କରିଦେଇଛନ୍ତି! ରାସ୍ତାରେ ପୂର୍ବରୁ ସୃଷ୍ଟି ହୋଇଥିବା ଖାଲଖମାରେ ପାଣି ଭରି ରହୁଥିବାରୁ ଏହା ରାସ୍ତାକୁ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଛି! ଏହି ଜାତୀୟ ରାଜପଥର ଦୋହରୀ କରଣ କାମ ଅଧାପାନ୍ତରା ହୋଇ ପଡିଥିବାରୁ ଗାଡି ମଟର ଓ ପଥଚାରିଙ୍କ ପାଇଁ ଏହା ବିପଦ ଜନକ ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ପୁରୁଣା ରାସ୍ତା ଖାଲଖମାରେ ଭରପୁର ହୋଇ ସମ୍ପୁର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇ ଯାଇଥିବାରୁ ଏହା ଦୁର୍ଘଟଣାର କାରଣ ସାଜିଛି! ଫଳରେ ଉକ୍ତ ରାସ୍ତାର ଚଣ୍ଡିଖୋଲ ଠାରୁ ବାହାରୁଥିବା ଗାଡି ମୋଟର ଡୁବୁରୀ ଠାରେ ଅକ୍ଷୁର୍ଣ୍ଣ ଅବସ୍ଥାରେ ପହଞ୍ଚିବା ସମ୍ଭବ ହେଉନାହିଁ! ବର୍ଷା ଯୋଗୁଁ ଅଧାପାନ୍ତରା ହୋଇ ପଡିରହିଥିବା ରାସ୍ତାର ବର୍ଜ୍ୟବସ୍ତୁ ପୁରୁଣା ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ପସି ରାସ୍ତାର ସୀମାକୁ ସଙ୍କୁଚିତ କରିବା ସହ ବର୍ଷା ସମୟରେ ଏହା ଗାଡି ଚାଳକ ମାନଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରୁଛି! ଅପରପକ୍ଷରେ ବର୍ଷାପାଣି ଓ କାଦୁଅ ରାସ୍ତା ଉପରେ ଜମି ରହୁଥିବାରୁ ଏହା ଜଳାଶ୍ରୟର ଭ୍ରମ ସୃଷ୍ଟି କରୁଛି! ଫଳରେ ଗାଡିଚାଳକ ମାନେ ଜାଣିନପାରି ଏହି ଖାଲଖମାରେ ଗାଡି ପକାଇ ଦୁର୍ଘଟଣା ଗ୍ରସ୍ତ ହେବା ନିତିଦିନିଆ ଘଟଣା ହୋଇଛି!ରାସ୍ତାର ଏହି ଅଶରେ ପ୍ରତିଦିନ ଶତାଧିକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ପଡିରହୁଥିବା ଯୋଗୁଁ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି! ରାସ୍ତା ନିର୍ମାଣ ସମୟରେ ବହୁ ସ୍ଥାନରେ ଠିକାଦାର ପୁରୁଣା ରାସ୍ତା କାଟି ଡାଇଭର୍ସନ କରିଥିଲେ ମଧ୍ୟ ସେଶବୁ ସ୍ଥାନରେ କୌଣସି ସୂଚନାଫଳକ ନଲଗାଇବା ବା ଶୁରକ୍ଷା ବ୍ୟବସ୍ଥା ନକରିବା ଯୋଗୁଁ ଏହା ଦୁର୍ଘଟଣାର ପ୍ରମୁଖ କାରଣ ପାଲଟିଛି! ଏଥିସହ ଠିକାଦାର ଅଧିକ ଲାଭ ଆଶାରେ ରାସ୍ତାରେ ଅତି ବେପରବାୟ ଭାବେ ବ୍ୟବହାର କରିଥିବା ଫ୍ଲାଇଆସ ବର୍ଷା ପାଣିରେ ଭାଶିଆସି ରାସ୍ତା ଉପରେ ଆସ୍ତରଣ ସୃଷ୍ଟି କରିଛି! ଯାହା ପଥଚାରି,ସାଇକେଲ ଓ ମୋଟର ସାଇକେଲ ଆରୋହୀଙ୍କ ଠାରୁ ଆରମ୍ଭକରି ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଗାଡି ମଟର ପାଇଁ ବିପଦର ଅନ୍ୟଏକ କାରଣ ହୋଇଛି! ରାସ୍ତାର ଏପରି ଶୋଚନୀୟ ସ୍ଥିତି ନିର୍ମାଣ କାମରେ ନିୟୋଜିତ ସପୃକ୍ତ ଠିକାଦାର ସସ୍ଥା ଦେଖି ନଦେଖିବାର ଅଭିନୟ କରୁଥିଲା ବେଳେ ଜାତୀୟ ରାଜପଥ ଅଧିକାରୀ ମାନେ ସବୁ ଜାଣି ଅଜଣା ସାଜିଛନ୍ତି! ସାଧାରଣ ଲୋକେ ଏଥିନେଇ ବିଭାଗୀୟ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ନିର୍ମାଣକାରୀ ସସ୍ଥାର ବାରମ୍ବାର ଦୃଷ୍ଟି ଆକର୍ଷଣ କରି ନୟାନ୍ତ ହେଉଥିବାରୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି! ଏଥିନେଇ ବିଭାଗୀୟ ଅଧିକାରୀ ଓ ଯାଜପୁର ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜନ ସାଧାରଣ ଦୃଢ ଦାବି କରିଛନ୍ତି!

Nalco
Leave A Reply