Odisha news

ପ୍ରତିଦିନ କରନ୍ତୁ ଏହି ୫ଟି କାର୍ଯ୍ୟ, ଚମକି ଉଠିବ ଆପଣଙ୍କ ଭାଗ୍ୟ

0

ଦୁନିଆରେ କୌଣସି ମଣିଷ ଏଭଳି ନାହିଁ ଯିଏ କି ସୁଖ ରହିବାକୁ ଚାହିଁ ନଥାଏ l ନିଜକୁ ସୁଖୀ ଓ ସମୃଦ୍ଧ ରଖିବା ପାଇଁ ଲୋକମାନେ ଦିନ ରାତି ପରିଶ୍ରମ କରିବାରେ ଲାଗିଛନ୍ତି l କିନ୍ତୁ ପରିଶ୍ରମ ଅନୁସାରେ ଉପଯୁକ୍ତ ଫଳପ୍ରାପ୍ତି ହୋଇ ନଥାଏ l କିନ୍ତୁ ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଏଭଳି କିଛିଟା କାର୍ଯ୍ୟ କରିବା ଦ୍ୱାରା ଜୀବନର ଗତିପଥ ବଦଳି ଯାଇଥାଏ ଓ ଜୀବନ ରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ l ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ କଣ ଓ ଏହାଦ୍ୱାରା କି ଲାଭ ପ୍ରାପ୍ତି ହୋଇଥାଏ l

* ଉତ୍ତର – ପୂର୍ବ ଦିଗକୁ ମୁଖକରି ଭୋଜନ କରନ୍ତୁ –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ସୁଖୀ ହେବାକୁ ଚାହୁଁଛନ୍ତି ତେବେ ଭୋଜନ କରିବା ସମୟରେ ଆପଣଙ୍କ ମୁଖ ସର୍ବଦା ଉତ୍ତର ପୂର୍ବ ଦିଗକୁ ରହିବା ଆବଶ୍ୟକ l ଭୋଜନ କରିବା ପୂର୍ବରୁ ଗୋଡ଼ରୁ ଚପଲ ଓ ଜୋତା କାଢ଼ିଦେବା ଜରୁରୀ ଅଟେ l ଖାଦ୍ୟ ଗ୍ରହଣ କରିବା ପୂର୍ବରୁ ମା ଅନ୍ନପୂର୍ଣ୍ଣା ଙ୍କୁ ଧନ୍ୟବାଦ ଜରୁରୀ l

* ସକାଳୁ ଉଠି ନିହାତି ମୁଖ ମଣ୍ଡଳ ଧୁଅନ୍ତୁ –
ହିନ୍ଦୁଧର୍ମର ଶାସ୍ତ୍ର ଅନୁସାରେ ସକାଳୁ ଉଠିଲା ପରେ ସର୍ବପ୍ରଥମେ ନିହାତି ମୁଖମଣ୍ଡଳ ଧୋଇବା ଆବଶ୍ୟକ l ଏହାପରେ କୌଣସି ଖାଦ୍ୟ କିମ୍ବା ପାନୀୟ ଗ୍ରହଣ କରିବା ଆବଶ୍ୟକ l ବିନା ସ୍ନାନ ରେ ଧାର୍ମିକ ପୁସ୍ତକ କୁ ସ୍ପର୍ଶ କରିବା ଉଚିତ ନୁହେଁ l ଏପରି କରିବା ଅଶୁଭ ଅଟେ ଓ ଗୃହର ଧନ ବୈଭବ ହ୍ରାସ ହୋଇଥାଏ l

* ପ୍ରତିଦିନ ଗଙ୍ଗାଜଳ ଛିଞ୍ଚିବା ଜରୁରୀ –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୃହର ଐଶାନ୍ୟ କୋଣରେ ସର୍ବଦା ଗଙ୍ଗାଜଳ ରଖିବା ଉଚିତ l ଏହି ଗଙ୍ଗାଜଳ କୁ ସକାଳୁ ସ୍ନାନ ସାରି ଗୃହରେ ନିହାତି ଛିଞ୍ଚିବା ଉଚିତ l ଏହାଦ୍ୱାରା ଘରର ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଆନ୍ତି l

* ସକାଳେ ଓ ସନ୍ଧ୍ୟାରେ ନିହାତି ଦୀପ ଜଳାଇବା ଉଚିତ –
ଘରର ଠାକୁର ଘରେ କଦାପି ସକାଳେ ଓ ସନ୍ଧ୍ୟାରେ ଦୀପ ଜଳାଇବାକୁ ଭୁଲିବେ ନାହିଁ l ଏହାଦ୍ୱାରା ଘରର ବାତାବରଣ ରେ ଶୁଦ୍ଧତା ଆସିଥାଏ ଓ ଘରର ପରିସ୍ଥିତି ରେ ସକାରାତ୍ମକ ଉର୍ଜା ଦେଖା ଦେଇଥାଏ l

* ଠାକୁରଙ୍କ ଶୁଖିଲା ଫୁଲ କୁ ପାଣିରେ ଭସାଇ ଦେବା ଉଚିତ –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଠାକୁରଙ୍କ ନିକଟରେ ଅର୍ପଣ ହୋଇଥିବା ଫୁଲ କୁ କଦାପି ଏଣେତେଣେ ନଫିଙ୍ଗି ସମ୍ମାନପୂର୍ବକ ପାଣିରେ ଭସାଇଦେବା ଉଚିତ l ଯଦି କୌଣସି ପାଣି ଥିବା ସ୍ଥାନ ଯେପରିକି ନଦୀ ନାଳ ପାଉ ନାହାନ୍ତି ତେବେ ବଗିଚାର ଯେ କୌଣସି ବୃକ୍ଷ ମୂଳରେ ତାହାକୁ ଦେଇ ଦିଅନ୍ତୁ l  କାରଣ ଠାକୁରଙ୍କୁ ଅର୍ପିତ ଫୁଲ କୁ କଦାପି ଅପମାନିତ କରିବା ଉଚିତ ନୁହେଁ l

Nalco
Leave A Reply