Odisha news

ଚାନ୍ଦବାଲି : କୁଆମରା ଠାରେ କାର୍ଯ୍ୟରତ ଠିକା ସଂସ୍ଥା ଉପରେ ଦୁର୍ବୃତ୍ତଙ୍କ ଲଙ୍କା କାଣ୍ଡ , ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ସହ ଲୁଟିଲେ ଆସବାବପତ୍ର ଓ ଟଙ୍କା

0

ଭଦ୍ରକ, ତା ୧/୩ :ଆଦାନୀ ଧାମରା ପୋର୍ଟର ଟାଉନ ସିପ କାର୍ଯ୍ୟରେ କାର୍ଯ୍ୟରତ ଠିକା ସଂସ୍ଥା ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ୨୫ ରୁ ଉର୍ଦ୍ଧ ଦୁର୍ବୃତ୍ତ ଆକ୍ରମଣ କରିବା ସହ ସେଠାରେ ନିୟୋଜିତ ଠିକା ସଂସ୍ଥାର ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବଂ।ଶଡ଼ା ଠିକା ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓମ୍ ପ୍ରକାଶ ପାଣ୍ଡେ କରିଥିବା ଅଭିଯୋଗ ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଏକାଧିକ ଲୋକ ସଂଘ୍ ବଦ୍ଧ ଭାବରେ ଆସି ତାଙ୍କ ସଂସ୍ଥା ଉପରେ ଆକ୍ରମଣ କରିବା ସହ ବହୁ ଆସବାବ ପତ୍ର ଲୁଟି ନେଇଛନ୍ତି । ପଚିଶରୁ ତିରିଶ ଲକ୍ଷ ଟଙ୍କାର ବହୁ ସାମଗ୍ରୀ ଲୁଟିନେବା ସହ କ୍ୟାମ୍ପରେ ଥିବା କର୍ମଚାରୀଙ୍କ ମୋବାଇଲ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି । ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ସହ ଅଧିକ କିଛି କାର୍ଯ୍ୟାନୁଷ୍ଠାନ ନେଲେ ପରିସ୍ଥିତି ସଙ୍ଗୀନ ହେବ ବୋଲି ଧମକ ଦେଇଛନ୍ତି । ଯାହାକୁ ନେଇ ଠିକା ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ଭୟଭୀତ ଅଛନ୍ତି । ତେଣୁ ତାଙ୍କୁ ପୂର୍ଣ୍ଣ ସୁରକ୍ଷା ସାଙ୍ଗକୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।ଖବର ଲେଖା ହେବା ବେଳକୁ ପୁଲିସ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Leave A Reply