Odisha news

ଚନ୍ଦକା ଜଙ୍ଗଲରେ ହରିଣ ଶୀକାର , ୧୧ ଗିରଫ

0

ଭୁବନେଶ୍ୱର, ୦୪ ସେପ୍ଟେମ୍ବର – ଭୁବନେଶ୍ୱର ଉପକଣ୍ଠସ୍ଥ ଚନ୍ଦକା ଅଭୟାରଣ୍ୟରେ ହରିଣ ମାଂସ ଓ ଛାଲ ବିକ୍ରି ଅଭିଯୋଗରେ ୧୧ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ସେମାନଙ୍କ ମଧ୍ୟରେ ୨ ଜଣ ଶିିକାରୀ ରହିଥିବା ବେଳେ ଅନ୍ୟ ୯ ଜଣ ଗ୍ରାହକ ରହିଛନ୍ତି । ପୋଲିସ୍ ସେମାନଙ୍କ ଠାରୁ ହରିଣ ମାଂସ , ଛାଲ ସହ ମାରଣାସ୍ତ୍ର ଓ ବନ୍ଧୁକ ଜବତ କରିଛି ।  ଶୁକ୍ରବାର ଦିନ ଚନ୍ଦକା ଜଙ୍ଗଲରେ ହରିଣ ମାଂସ ବିକ୍ରି ହେଉଥିବା ସୂଚନା ପାଇ ପୋଲିସ୍ ଓ ବନ ବିଭାଗ ମିଳିତ ଭାବେ ସେଠାରେ ଚଢାଉ କରିଥିଲେ ।

Leave A Reply