Odisha news

ଚାଣକ୍ୟ ନୀତି : ଚାଣକ୍ୟଙ୍କ ଏହି ୪ଟି ନୀତି ବ୍ୟକ୍ତିକୁ ସମାଜ ରେ ପ୍ରତିଷ୍ଠା ଦେବା ସହିତ କରାଇ ଥାଏ ଧନବାନ

0

ଚାଣକ୍ୟ ଙ୍କ ନୀତି ମାନବ ସମାଜ କୁ ଦିଗଦର୍ଶନ କରାଇଥାଏ l ତା ସହିତ ଜୀବନ ରେ ଉନ୍ନତି ର ମାର୍ଗ ଖୋଲିବାରେ ସାହାଯ୍ୟ କରାଇଥାଏ l ଚାଣକ୍ୟ ନୀତି କହୁଛି ଯେ ଯଦି ଜୀବନରେ ଧନ ବାନ ହେବାକୁ ଚାହୁଁଛ ତେବେ କିଛିଟା କଥାକୁ ନିହାତି ଅନୁସରଣ କରିବା ଆବଶ୍ୟକ l ଆଜିର ଚାଣକ୍ୟନୀତି ମଣିଷକୁ ସମାଜରେ ମାନସମାନ ଲାଭ ଓ ପ୍ରତିଷ୍ଠା ପାଇବାରେ ବାଟ ଦେଖାଇ ଥାଏ l

ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ କଣ -:

* ପରିଶ୍ରମ ନିହାତି ଆବଶ୍ୟକ –
ଚାଣକ୍ୟ ନୀତି ଅନୁସାରେ ଯେଉଁ ମଣିଷ ନିଜ ଲକ୍ଷ ପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିଥାଏ ସେ ନିଜ ଜୀବନ ରେ ସଫଳତା ନିଶ୍ଚିତ ଭାବରେ ଲାଭ କରିଥାଏ l ଚାଣକ୍ୟ କହିଛନ୍ତି ଯେ ଜୀବନରେ ଧନ, ପ୍ରତିଷ୍ଠା ପାଇଁ ପରିଶ୍ରମ ନିହାତି ଜରୁରୀ l

* ଅନୁଶାସନ ଜୀବନ ଶୈଳୀ ଆପଣାନ୍ତୁ –
ଯଦି ଆପଣ ଜୀବନରେ ସଫଳତା ଓ ସମ୍ମାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଚାଣକ୍ୟ ଙ୍କ ନୀତି ଅନୁସାରେ ଆପଣଙ୍କୁ ଅନୁଶାସିତ ଜୀବନଶୈଳୀ ପାଳନ କରିବାକୁ ପଡିବ l ତାଙ୍କ ମତରେ ସେହି ମଣିଷ ଜୀବନ ରେ  ସଫଳ ହୋଇଥାଏ ଯିଏ କି ପ୍ରତ୍ୟେକ କାର୍ଯ୍ୟକୁ ଅନୁଶାସନ ର ସହିତ କରିଥାଏ ଓ ସମୟ କୁ ମହତ୍ବ ଦେଇଥାଏ l

* କୌଣସି ପରିସ୍ଥିତି ରେ ମଧ୍ୟ ଭୟ କରିବା ଉଚିତ ନୁହେଁ –
ଚାଣକ୍ୟ ଙ୍କ ନୀତି ଅନୁସାରେ ପରିସ୍ଥିତି ଯାହାବି ହୋଇଥାଉ ନା କାହିଁକି କଦାପି ଭୟ କରିବା ଉଚିତ ନୁହେଁ ଓ ପ୍ରତିଟି ଆହ୍ୱାନ କୁ ସମୁଖୀନ କରିବା ଉଚିତ l ଯେଉଁ ବ୍ୟକ୍ତି ଆହ୍ୱାନକୁ ସ୍ୱୀକାର କରି ଆଗକୁ ବଢିଥାଏ ସେହିଁ ସଫଳ ହୋଇଥାଏ l

* ସଭିଙ୍କ ପାଇଁ ଭଲ ଚିନ୍ତା କରିବା ଉଚିତ –
ଯେଉଁ ବ୍ୟକ୍ତି ଅନ୍ୟର ନିନ୍ଦା କୁ ଚିନ୍ତା କରେ ନାହିଁ , ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ ହଇରାଣ କରି ନଥାଏ ସେହି ବ୍ୟକ୍ତି ଜୀବନ ରେ ସଫଳତା ର ସହିତ ଆଗକୁ ବଢିଥାଏ ଓ ସଫଳତାର ଶୀର୍ଷକୁ ଛୁଇଁ ଥାଏ l

Leave A Reply