ଆଜିର ଚାଣକ୍ୟନୀତି ରେ ଚାଣକ୍ୟ ଦର୍ଶାଇ ଛନ୍ତି ଜଣେ ସଫଳ ବିଦ୍ୟାର୍ଥୀ କେଉଁ ସବୁ କଥାକୁ ଧ୍ୟାନ ରଖିବା ଉଚିତ –
– ଏହି ୮ଟି ଜିନିଷ ନିକଟରୁ ବିଦ୍ୟାର୍ଥୀ ମାନେ ଦୁରେଇ ରହିବା ଉଚି –
କାମ, କ୍ରୋଧ, ଲୋଭ, ସ୍ୱାଦ, ଶୃଙ୍ଗାର, କୌତୁକ, ଅଧିକ ଶୋଇବା, ଅଧିକ ଭ୍ରମଣ l ଏହି ୮ଟି କାର୍ଯ୍ୟକୁ ବିଦ୍ୟାର୍ଥୀ ତ୍ୟାଗ କରିବା ନିହାତି ଆବଶ୍ୟକ l ନଚେତ ସେ କଦାପି ଗୋଟିଏ ଭଲ ଛାତ୍ର ହୋଇ ପାରିବ ନାହିଁ l ଜଣେ ଯଦି ନିଜ ଜୀବନ ରେ ସଫଳ ଛାତ୍ରଟିଏ ହେବାକୁ ଚାହୁଁଛି ତେବେ ନିହାତି ଏହିସବୁ ତ୍ୟାଗ କରିବା ଆବଶ୍ୟକ l ଯଦି ଜଣେ ଛାତ୍ର ଏହିସବୁ ଜିନିଷକୁ ତ୍ୟାଗ କରିବ ନାହିଁ କଦାପି ଭଲ ମଣିଷ ହୋଇ ପାରିବ ନାହିଁ l
* କାମ –
ଚାଣକ୍ୟଙ୍କ ନୀତି ଶାସ୍ତ୍ର ଅନୁସାରେ ଜଣେ ଛାତ୍ର କୁ କାମ ବାସନା ଠାରୁ ଦୂରରେ ରହିବା ଉଚିତ l କାରଣ କାମ ବାସନା ଯଦି ମନରେ ରହିବ ତେବେ ସେ କଦାପି ଜ୍ଞାନ ଅର୍ଜନ କରି ପାରିବ ନାହିଁ l
* କ୍ରୋଧ –
କ୍ରୋଧ କାରଣରୁ ମଣିଷ ନିଜର ବିଚାର ବୁଦ୍ଧି କୁ ହରାଇ ଥାଏ l ଆମେ ବେଳେବେଳେ କ୍ରୋଧ ର ବଶବର୍ତ୍ତୀ ହୋଇ ଏପରି କିଛି କାର୍ଯ୍ୟ କରିଥାଉ ଯାହାକୁ ନେଇ ଜୀବନ ସାରା କେବଳ ପସ୍ତେଇ ଥାଉ l ତେଣୁ ଗୋଟିଏ ସଫଳ ଛାତ୍ର କ୍ରୋଧ ତ୍ୟାଗ କରିବା ଆବଶ୍ୟକ l
* ଲୋଭ –
ଜଣେ ଛାତ୍ର ଲୋଭଠାରୁ ଦୁରେଇ ରହିବା ଆବଶ୍ୟକ l ନଚେତ ଲୋଭର ବଶବର୍ତ୍ତୀ ହୋଇ ଖରାପ ରାସ୍ତା କୁ ଗ୍ରହଣ କରିଥାଏ l ଗୋଟିଏ ଛାତ୍ରକୁ ଧନ ଐଶ୍ୱର୍ଯ୍ୟ ଲୋଭ ରହିବା ଉଚିତ ନୁହେଁ ଜ୍ଞାନ ର ଲୋଭ ରହିବା ଆବଶ୍ୟକ l
* ସ୍ୱାଦ –
ଛାତ୍ରଟିଏ ଖାଦ୍ୟର ଲୋଭ ରଖିବା ଉଚିତ ନୁହେଁ l କାରଣ ଗୋଟିଏ ସଫଳ ଛାତ୍ର ଖାଦ୍ୟ ଲାଳସା ରଖିବା ଉଚିତ ନୁହେଁ l
* ଶୃଙ୍ଗାର –
ଗୋଟିଏ ଛାତ୍ରର ଜୀବନ ସରଳ ହୋଇଥାଏ ତେବେ ଯାଇ ସେ ଜ୍ଞାନ ଲାଭ କରିଥାଏ l ଯଦି ସାଜ ଶୃଙ୍ଗାର ରେ ମନ ଲାଗିଯାଏ ତେବେ ଶିକ୍ଷା ଗ୍ରହଣ କରିପାରେ ନାହିଁ l
* ଅଧିକ ଶୋଇବା –
ଅଧିକ ଶୋଇବା ହେଉଛି ଗୋଟିଏ ଛାତ୍ରର ସବୁଠୁ ବଡ଼ ଶତ୍ରୁ l ଅଧିକ ଶୋଇବା ଦ୍ୱାରା ଅଳସୁଆ ଲାଗିଥାଏ l ପାଠ ପଢିବାରେ ଈଛାହୋଇ ନଥାଏ l