Odisha news

ଚାଣକ୍ୟ ନୀତି : ଏହି ୫ ପ୍ରକୃତିର ବ୍ୟକ୍ତି ଙ୍କ ନିକଟରୁ କୌଣସି ସାହାଯ୍ୟ ନେବା ଉଚିତ ନୁହେଁ

0

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ର ରେ ଜୀବନର ସତ୍ୟାସତ୍ୟ କୁ ଦର୍ଶାଇଛନ୍ତି, ସେ ନିଜ ନୀତିଶାସ୍ତ୍ର ରେ କହିଛନ୍ତି କିଛି ଲୋକଙ୍କ ନିକଟରୁ ବିନା ସର୍ତ୍ତରେ ଆଶା ରଖିବା ବ୍ୟର୍ଥ ଅଟେ, ଏହାଦ୍ୱାରା ଦୁଃଖ ଓ କ୍ଷତି ହୋଇଥାଏ ନିଜର, ଚାଣକ୍ୟ ଙ୍କ ନୀତି ଆମକୁ ଶିଖାଇଥାଏ ଆଶା ଓ ଭରସା ଠିକ ଲୋକ ନିକଟରୁ ରଖନ୍ତୁ l ଭୁଲ ଲୋକଙ୍କ ନିକଟରୁ ଆଶା ରହିବା ଦ୍ୱାରା ମନ ଭାଙ୍ଗି ଯାଇଥାଏ l

ଚାଣକ୍ୟ ଙ୍କ ନୀତିରେ ଏହି ୫ ପ୍ରକୃତି ଥିବା ଲୋକଙ୍କ ଉପରେ ଭରସା ରଖିବା ଭୁଲ ଅଟେ –

* ଚାଣକ୍ୟ ଙ୍କ ନୀତିରେ ସ୍ବାର୍ଥୀ ଲୋକଙ୍କ ଉପରେ ଭରସା ଓ ଆଶା ରଖିବା ବ୍ୟର୍ଥ ଅଟେ, ସ୍ୱାର୍ଥ ଥିବା ବ୍ୟକ୍ତି ସବୁଠୁ ବଡ଼ ଶତ୍ରୁ ଅଟେ, ଚାଣକ୍ୟ ଙ୍କ ନୀତି ରେ ସ୍ୱାର୍ଥପର ବ୍ୟକ୍ତି ସ୍ୱାର୍ଥ ହାସଲ ହେବା ପରେ ନିଜ ବାଟରେ ଖସିଯାଏ l

* ଚାଣକ୍ୟ ଙ୍କ ନୀତିରେ ଶାସନ ରେ ଥିବା ଲୋକ ନିକଟରୁ କେବେ କିଛି ଅପେକ୍ଷା ରଖିବା ଉଚିତ ନୁହେଁ, କାହିଁକିନା ଏଭଳି ବ୍ୟକ୍ତି ଶାସନ କୁ ଆସିବା ପରେ ସବୁ ଭୁଲି ଯାଇଥାଆନ୍ତି l କାହିଁକି ନା ପ୍ରତିପାତି ଅହଂକାର ବଢ଼ାଇଥାଏ , ଏବଂ ବ୍ୟକ୍ତି ସ୍ୱାର୍ଥପର ହୋଇଯାଏ l

* କିଛି ଲୋକ ଥାଆନ୍ତି ଯିଏକି ସବୁ ସମୟ ରେ ସହାନୁଭଟି ଦେଖାଇ ଥାଆନ୍ତି କିନ୍ତୁ ଅସୁବିଧା ଆସିଲେ ହାତ ଛାଡି ଦେଇ ଥାଆନ୍ତି, ଏଭଳି ବ୍ୟକ୍ତି ମିଠା କଥା କୁହନ୍ତି କିନ୍ତୁ ସମୟ ଆସିଲେ ହାତ ଛାଡି ଦିଅନ୍ତି l

* ଚାଣକ୍ୟ ନିଜ ନୀତିଶାସ୍ତ୍ର ରେ କହିଛନ୍ତି ବିଶ୍ୱାସଘାତକ ଠାରୁ ଦୁରେଇ ରୁହନ୍ତୁ, ଯେଉଁ ଲୋକ ଆପଣଙ୍କ ପିଠି ପଛରେ ଆପଣଙ୍କର ଆଲୋଚନା କରିଥାଏ ସେଭଳି ବ୍ୟକ୍ତିକୁ ଦୂରୁ ଜୁହାର , ଏହି ସ୍ଵଭାଵ ର ବ୍ୟକ୍ତିଙ୍କ ନିକଟରୁ କିଛି ଆଶା ରଖିବା ଜୀବନ ରେ ସବୁଠୁ ବଡ଼ ହାନି l

* ଚାଣକ୍ୟ କହିଛନ୍ତି ଯେଉଁ ବ୍ୟକ୍ତି କୌଣସି ସର୍ତ୍ତ ରେ ଆପଣଙ୍କୁ ସାହାଯ୍ୟ କରୁଛି ସେହିଭଳି ବ୍ୟକ୍ତି ଆଗକୁ ଜୀବନ ରେ ଆପଣଙ୍କ ପାଇଁ ବିପଦ ପୁର୍ଣ ହୋଇଥାଏ l କାହିଁକି ନା ଯଦି ଆପଣ ସର୍ତ୍ତ ଅନୁସାରେ ତାକୁ ସହଯୋଗ ନକରୁଛନ୍ତି ତେବେ ସେ ଜୀବନ ପ୍ରତି ବିପଦ ମଧ୍ୟ ଆଣିପାରେ l

Leave A Reply