Odisha news

ଚାଣକ୍ୟ ନୀତି : କୋଇଲି ଠାରୁ ଶିଖନ୍ତୁ ଜୀବନର ଅମୁଲ୍ୟ ଜ୍ଞାନ

0

ଚାଣକ୍ୟଙ୍କ ନୀତି ଶାସ୍ତ୍ର ରେ ଅନେକ ଏଭଳି ତଥ୍ୟ ରହିଛି ଯାହା କୁ ମଣିଷ ପ୍ରକୃତି ନିକଟରୁ ଶିଖିବା ଜରୁରୀ l କୋଇଲି ର କଣ୍ଠ ର ସ୍ୱର ସବୁଠୁ ମଧୁର ଅଟେ l କିନ୍ତୁ ଜୀବନ ରେ ଏହି ମଧୁର ବାଣୀରୁ ମଧ୍ୟ ଅନେକ କିଛି ଶିଖିବାକୁ ମିଳିଥାଏ l କୋଇଲି ର ପରିଚୟ ତାର ସୁମଧୁର ସ୍ବରରୁ ମିଳିଥାଏ ଏହା ଆମେ ଜାଣିଚୁ l

= କୋଇଲି ର ରୂପ ଦେଖିବାକୁ କଳା ଅଟେ ବୋଲି ଆମେ ସମସ୍ତେ ଜାଣିଚୁ, କିନ୍ତୁ ତାର ମଧୁର ବାଣୀ ସମସ୍ତଙ୍କୁ ଆକୃଷ୍ଟ କରିଥାଏ l ଏବଂ ତାର ମଧୁର ସ୍ୱର ତାକୁ ଗୋଟିଏ ଅଲଗା ପରିଚୟ ଦେଇଥାଏ l ତେଣୁ ଆପଣ ଦେଖିବାକୁ ଯେପରି ହେଲେ ମଧ୍ୟ ନିଜ ବାଣୀରେ ମଧୁରତା ରଖନ୍ତୁ l

– ଚାଣକ୍ୟ ଙ୍କ ନୀତିରେ ବ୍ୟକ୍ତିର ଶବ୍ଦ ତାର ବ୍ୟକ୍ତିତ୍ୱର ଝଲକ ଅଟେ, ତେଣୁ ଜୀବନ ରେ ନିହାତି ମିଷ୍ଟ ଭାଷୀ ହେବା ଜରୁରୀ l ଏହାଦ୍ୱାରା ଆପଣଙ୍କ ଶତ୍ରୁ ମଧ୍ୟ ଆପଣଙ୍କ ନିକଟକୁ ଆକର୍ଷିତ ହୋଇ ଆସିବ ଏବଂ ନତ ମସ୍ତକ ହୋଇ ରହିବ l

– ଯେତେବେଳେ ଜଣେ ବ୍ୟକ୍ତିର ଶବ୍ଦ ରେ ସମ୍ବନ୍ଧ କୁ ଯୋଡିବାର ଶକ୍ତି ରହିଥାଏ, ସେତେବେଳେ ସମ୍ପର୍କ ରେ ପ୍ରେମ, ସୌହାର୍ଦ୍ୟ ଓ ବିଶ୍ୱାସ ବଢିଥାଏ l ଏବଂ ସମ୍ବନ୍ଧ ଚିରସ୍ଥାୟୀ ହୋଇ ରହିଥାଏ l

– ଚାଣକ୍ୟ କହିଛନ୍ତି ମିଠା ବାଣୀ କଠିନ ପରିସ୍ଥିତି କୁ ମଧ୍ୟ ହାଲୁକା କରିବାରେ ସହାୟ ହୋଇଥାଏ , ଯେଭଳି କୋଇଲି ର ସ୍ୱର ପ୍ରତ୍ୟେକ ବ୍ୟକ୍ତିର ମନକୁ ପ୍ରସନ୍ନ କରିବାରେ ସାହାଯ୍ୟ କରିଥାଏ l ଏବଂ ମଧୁର କଥା କହୁଥିବା ବ୍ୟକ୍ତି ସର୍ବଦା ମନରେ ରହିଥାଏ l

Leave A Reply