ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ମନୁଷ୍ୟ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ l ଆଜିର ଚାଣକ୍ୟ ନୀତି ରେ ସେହି ୪ଟି ଲୋକଙ୍କ ନିକଟରୁ ସାବଧାନ ରହିବାକୁ କୁହାଯାଇ ଥାଏ ଯେଉଁ ମାନଙ୍କ ସହିତ ଆମେ ନିୟମିତ ମିଳିତ ଭାବରେ ରହିଥାଉ l ସମୟ ଥାଉ ଥାଉ ଆମେ ଯଦି ସେଥିପ୍ରତି ସତର୍କ ନରହିବା ତେବେ ଜୀବନ ହୋଇଯିବ ଆମର ନର୍କ ସଦୃଶ l ଆସନ୍ତୁ ଜାଣିବା କିଏ ସେହି ୪ଜଣ l
ଚାଣକ୍ୟ ଶ୍ଳୋକ କହୁଛି -‘ ଦୁଷ୍ଟାଭାର୍ଯ୍ୟା ଶଠ ମିତ୍ରମ ଭୃତ୍ୟୋଶ୍ଚୋତରଦାୟକଃ । ସସର୍ପେ ଚ ଗୃହେ ବାସୋ ମୃତ୍ୟୁରେବ ନଃ ସଂଶୟଃ l l ‘
ଶ୍ଳୋକ ତୀର ଅର୍ଥ ରେ କଣ ରହିଛି ବିଶେଷତା -:
– ଦୁଷ୍ଟ ପତ୍ନୀ –
ଚାଣକ୍ୟ ନୀତି ଅନୁସାରେ ଯେତେବେଳେ ଗୋଟିଏ ସ୍ତ୍ରୀ ନିଜ ସ୍ୱାମୀକୁ ମିଥ୍ୟା କହିବା ଆରମ୍ଭ କରେ, ନିଜ ସ୍ୱାମୀ ର ପଛରେ ଆଲୋଚନା କରେ, ସ୍ୱାମୀକୁ ସମୁଖରେ ଅସମ୍ମାନ କରେ ଏବଂ ନିଜ ସନ୍ତାନ ର ଭୁଲ କୁ ଲୁଚାଇବାକୁ ଯାଇ ବିଭିନ୍ନ ମିଥ୍ୟା କହିଥାଏ ସେ ଭଳି ନାରୀ ସର୍ପ ଠାରୁ ମଧ୍ୟ ହୋଇଥାଏ ଭୟଙ୍କର l ଯେତେବେଳେ ଆପଣ ନିଜ ପତ୍ନୀର ଗୁଣ ପରଖିବା କୁ ଚାହୁଁଛନ୍ତି ସେତେବେଳେ ଆପଣ ରୋଗ ରେ ପଡିଥିବା ସମୟରେ, ଧନ ଅଭାବରେ ଥିବା ସମୟରେ ଓ ନିଜ ପିତାମାତାଙ୍କ ଅସୁସ୍ଥତା ସମୟରେ ନିଜ ପତ୍ନୀ ର ଉଚିତ ଗୁଣକୁ ଆପଣ ଜାଣିପାରିବେ l
– କ୍ରୁର ମାନସିକ ଭୃତ୍ୟ –
ଚାଣକ୍ୟ ନୀତି ର ମାନ୍ୟତା ରହିଛି ଯେ ଯେତେବେଳେ ଆପଣଙ୍କ ଭୃତ୍ୟ ଆପଣଙ୍କୁ ଅବହେଳା କରିବାକୁ ଲାଗିଥାଏ ସେତେବେଳେ ତା ପ୍ରତି ସତର୍କ ରହିବ ଉଚିତ l ଏହାଛଡା ଯେତେବେଳେ ଆପଣଙ୍କ ଆଡକୁ ସେ ଆପଣଙ୍କ ପ୍ରତି କ୍ରୁର ସ୍ଵଭାଵ ଦେଖାଉଛି ସେତେବେଳେ ହିଁ ତା ପ୍ରତିସତର୍କ ହୋଇଯିବ ଆବଶ୍ୟକ l
– ଠକ ମିତ୍ର –
ଅସୁବିଧା ସମୟରେ ଠିକ ବନ୍ଧୁକୁ ଜାଣିହୁଏ l ଯେଉଁ ବନ୍ଧୁ ଅସୁବିଧା ସମୟରେ ଆପଣଙ୍କ ହାତ ଛାଡି ଚାଲିଯାଏ ସେ କଦାପି ଠିକ ବନ୍ଧୁ ନୁହେଁ l ମିଛୁଆ ଓ ଠକ ଠାରୁ ସବୁବେଳେ ସତର୍କ ରହିବା ଆବଶ୍ୟକ l
– ଯେଉଁ ଭାଇ ଧୋକା ଦିଏ –
ଭାଇ ହେଉଛି ଗୋଟିଏ ଭାଇର ଭଲ ବନ୍ଧୁ l କିନ୍ତୁ ସେହି ଭାଇ ଯେତେବେଳେ ପିଠି ପଛରେ ଷଡଯନ୍ତ୍ର କରିବାର ଆଭାସ ପାଇଥାଏ ସେତେବେଳେ ସେଭଳି ଭାଇ ଠାରୁ ଦୁରେଇ ରହିବ ଜରୁରୀ l ଏହାଦ୍ୱାରା ଆପଣଙ୍କ ଜୀବନ ପ୍ରତି ବିପଦ ରହିଥାଏ l