Odisha news

ଚାଣକ୍ୟ ନୀତି : ଘରର ମୁରବୀଙ୍କ ନିକଟରେ ନିହାତି ରହିବା ଆବଶ୍ୟକ ଏହି ୫ଟି ଗୁଣ, ତେବେ ଯାଇ ହେବ ପରିବାରର ଉନ୍ନତି

0

ଗୋଟିଏ ପରିବାରର ଉନ୍ନତି ସେତେବେଳେ ହୋଇଥାଏ ଯେତେବେଳେ ଘରର ମୁଖିଆ ଗୋଟିଏ ଦଳପତି ଭଳି ଘରର ବୁଝାମଣା କରିଥାଆନ୍ତି l ଯଦି ମୁଖିଆଙ୍କ ମଧ୍ୟରେ ଘର ଚଳାଇବାର ଓ ଉଚିତ ଭାବରେ ସମସ୍ୟାର ସମାଧାନ କରିବାର ଗୁଣ ରହିଛି l ତେବେ ପରିବାର ପଙ୍କରେ ମଧ୍ୟ ପଦ୍ମ ଫୁଟିବା ଭଳି ବିକଶିତ ହୋଇଥାଏ l ଯେଭଳି ଗୋଟିଏ ରାଜ୍ୟର ରାଜା ଯଦି ମଜବୁତ ହୋଇଥାଏ ତେବେ ଉକ୍ତ ରାଜ୍ୟର ଉନ୍ନତି ହୋଇଥାଏ l

ଆସନ୍ତୁ ଜାଣିବା ପରିବାରର ମୁଖିଆଙ୍କ ମଧ୍ୟରେ କେଉଁସବୁ ଗୁଣଥିବା ଜରୁରୀ –

* ସର୍ବଦା ସଠିକ କଥା ଶୁଣିବା ଉଚିତ :
ପରିବାରର ମୁଖିଆ କାନ କୁହା କଥାକୁ ନଶୁଣି ସଠିକ କଥାରେ ସଠିକ ନିଷ୍ପତି ନେବା ଉଚିତ l କାରଣ କଣାକୁହା କଥା ଶୁଣିଲେ ପରିବାର ଭାଙ୍ଗି ଯାଇଥାଏ l ତେଣୁ ସର୍ବଦା ଠିକ କଥା ଜାଣିବା ଜରୁରୀ l

* ଖର୍ଚ୍ଚ ସ୍ୱଭାବର ହେବା ଉଚିତ ନୁହେଁ :
ଯଦି ଘରର ମୁଖିଆ ବଦ ଖର୍ଚ୍ଚ କରି ଥାଆନ୍ତି , ତେବେ ଅନ୍ୟ ସଦସ୍ୟମାନେ ମଧ୍ୟ ବଦ ଖର୍ଚ୍ଚ କରି ଥାଆନ୍ତି l ତେଣୁ ପରିବାରର ମୁଖିଆ ଆବଶ୍ୟକତା ଅନୁଯାୟୀ ଖର୍ଚ୍ଚ କରିବା ଉଚିତ l

* ଧନ କୁ ସଂଚୟ କରି ରଖିବା ନିହାତି ଜରୁରୀ :
ଯଦି ପରିବାରର ମୁଖିଆ ଧନ କୁ ସଂଚୟ କରି ରଖିଥାଏ ତେବେ ସଂଚୟ ଅନୁସାରେ ଖର୍ଚ କରିଥାଏ l ଯାହାଦ୍ୱାରା ଅସୁବିଧା ସମୟରେ ଠିକ ଭାବରେ ସାମ୍ନା କରି ହୁଏ l ତେଣୁ ପରିବାରର ମୁଖିଆ ଧନ ସଂଚୟ କାମ କରିବା ଆବଶ୍ୟକ l

* ଭାବିଚିନ୍ତି ନିଷ୍ପତି ନେବା ଉଚିତ :
ଘରର ମୁଖିଆ ସର୍ବଦା ଭାବିଚିନ୍ତି ନିଷ୍ପତି ନେବା ଆବଶ୍ୟକ l କାରଣ ଘରର ମୁଖିଆଙ୍କ ନିଷ୍ପତିଙ୍କ ଦ୍ୱାରା ଯେପରି କାହାରି କୌଣସି ଅସୁବିଧା ନହେବା ଆବଶ୍ୟକ l ତେଣୁ ଭାବିଚିନ୍ତି ପ୍ରତ୍ୟେକ ନିଷ୍ପତି ନେବା ଆବଶ୍ୟକ l ଏହାଛଡା ସେ କଦାପି ନିଜ ନିର୍ଣୟରୁ ହଟିବା ଉଚିତ ନୁହେଁ l

* ପରିବାର ସଦସ୍ୟଙ୍କୁ ଅନୁଶାସନ ରେ ରଖିବା ଉଚିତ :
ଘରର ମୁରବୀ ନିଜ ପରିବାର ସଦସ୍ୟଙ୍କୁ ଗୋଟିଏ ଅନୁଶାସନରେ ରଖିବା ଉଚିତ l କାରଣ ଅନୁଶାସନ ବିହୀନ ପରିବାରରେ ସର୍ବଦା କଳହ ଓ ଅଶାନ୍ତି ଦେଖା ଦେଇଥାଏ l ଯାହାଦ୍ୱାରା ପରିବାର ଭାଙ୍ଗି ଯାଇଥାଏ l

Leave A Reply