Odisha news

ସମସ୍ତଙ୍କ ପ୍ରୀୟ କଳା ଚଣା : ଯାହାକି ପ୍ରାକୃତିକ ପୋଷାକ ତତ୍ତ୍ଵ ରେ ଭରପୁର ଅଟେ, ମିଳିଥାଏ ଶରୀରକୁ ସବୁ ଅଦ୍ଭୁତ ଲାଭ

0
କଳା ଚଣା ପୋଷାକ ତତ୍ତ୍ଵ ରେ ଭରପୁର ଅଟେ, ଏହାଛଡା ଏହି ଖାଦ୍ୟ ଟି ପ୍ରତି ବ୍ୟକ୍ତିଙ୍କର ଖୁବ୍ ପ୍ରିୟ ଏବଂ ଖୁବ୍ ସହଜରେ ପ୍ରତ୍ୟେକ ସ୍ଥାନରେ ମିଳି ଯାଇଥାଏ । କାହିଁକି ନା ଧନୀ ଠାରୁ ଗରିବ ପର୍ଯ୍ୟନ୍ତ ଖୁବ୍ ସହଜରେ ପାଇ ଥାଆନ୍ତି କଳା ଚଣା। କଳା ଚଣା ର ଚାହିଦା ମଧ୍ୟ ଭାରତର ପ୍ରତ୍ୟେକ ରାଜ୍ୟରେ ଖୁବ୍ ଆଦୃତ ଅଟେ । ଆମେ ଏହାକୁ ପାଣିରେ ବତୁରାଇ ହେଉ କିମ୍ବା ସିଝାଇ ହେଉ ଖାଇବା ଦ୍ବାରା ଶରୀର କୁ ମିଳିଥାଏ ଅଦ୍ଭୁତ ଲାଭ । ଆଜି ଆସନ୍ତୁ ଜାଣିବା କଳା ଚଣା ଖାଇବାର ଚମତ୍କାର ଲାଭ ବିଷୟରେ ।
– ପାଚନ ତନ୍ତ୍ର ମଜବୁତ୍ କରିଥାଏ କଳା ଚଣା :
ଶୀତ ଋତୁରେ ବିଶେଷ ଭାବରେ କୋଷ୍ଠ କାଠୀନ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ତେଣୁ ଏହି ଋତୁରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ରାତିରେ ରାତ୍ରି ଭୋଜନ ରେ ପାଣିରେ ବତୁରା ଯାଇ ଥିବା କଳା ଚଣା ସେବନ କରନ୍ତୁ । ଏହା ଓଜନ ହ୍ରାସ ସହିତ ପେଟ ସଫା ରଖିବାରେ ସାହାଯ୍ୟ କରିଥାଏ ।
– ଆଜିକାଲି ମେଦ ବାହୁଲତା ବା ମୋଟପଣ ଗୋଟିଏ ବଡ଼ ସମସ୍ୟା ଅଟେ । ତେଣୁ ଅନେକ ପ୍ରାଚୀନ ସମୟରୁ କଳା ଚଣା ସେବନ କରି ଓଜନ ହ୍ରାସ କରିବାର ଉପାୟ ରହିଛି । ନିୟମିତ ସକାଳେ ମଧ୍ୟ ଯଦି ଆପଣ କଳା ଚଣା ସେବନ କରିବେ ତେବେ ଏଥିରେ ଥିବା ଫାଇବର ଓ ପ୍ରୋଟିନ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିବ ।
– କଳା ଚଣା ରେ ଫାଇବର ଓ ଆଣ୍ଟି ଅକ୍ସିଡ଼ାଣ୍ଟ ରହିଥାଏ , ଯାହାକି ଆମ ରକ୍ତକୁ ସଫା ରଖିବା ସହିତ କୋଲେଷ୍ଟ୍ରାଲ୍ ସମସ୍ୟା ଦୂର କରିଥାଏ ।
ତେଣୁ ଯଦି ଆପଣ କଲେଷ୍ଟ୍ରାଲ ସମସ୍ୟାରେ ଗତି କରୁଛନ୍ତି ତେବେ ନିୟମିତ କଳା ଚଣା ସେବନ କରନ୍ତୁ ।
– ଶୀତ ଋତୁରେ ବିଶେଷ ଭାବରେ ରକ୍ତ ହୀନତା ସମସ୍ୟା ଦେଖିବାକୁ ମିଳିଥାଏ । ଏହାଛଡା ପ୍ରସବ ପରେ ମଧ୍ୟ ମହିଳା ମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ତେଣୁ ରକ୍ତ ହୀନତା ସମସ୍ୟା ଠାରୁ ଦୂରେଇ ରହିବା ପାଇଁ କଳା ଚଣା ସେବନ କରନ୍ତୁ , ଏଥିରେ ଥିବା ପ୍ରୋଟିନ ଓ ଆଇରନ୍ ରକ୍ତ ହୀନତା କୁ ଠିକ୍ କରିଥାଏ ।
– ଚଣା ରେ ଭିଟାମିନ ଓ ମିନେରାଲ ରହିଥାଏ ତେଣୁ କେଶ୍ ଝଡ଼ିବା , କେଶ ଶୀଘ୍ର ପାଚିବା ସମସ୍ୟା ଠିକ୍ କରିଥାଏ । ତେଣୁ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ କଳା ଚଣା ଖୁବ୍ ଉପକାରୀ ।
– କଳା ଚଣା ରେ ସେମ୍ପୋନିନସ ନାମକ ଫାଇଟୋ ନୀୟୁଟ୍ରିଏଣ୍ଟାସ ତତ୍ତ୍ଵ ରହିଥାଏ । ଯାହାକି ସ୍ତନ କର୍କଟ ଠାରୁ ଦୂରେଇ ରଖିଥାଏ ।
Leave A Reply