ଉଦଯାପନୀ ସନ୍ଧ୍ୟାରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣ ହୋଇଥିଲା l ସାକ୍ଷୀଗୋପାଳତା ସତ୍ୟବାଦୀ ଅଞ୍ଚଳର ପ୍ରସିଦ୍ଧ ଦୈବୀପୀଠ ମା ମଉନେଇଁ ଠାକୁରାଣୀଙ୍କ ଚୈତ୍ର ମାସ ତ୍ରିଦିନାତ୍ମକ ଯଜ୍ଞର ଉଦଯାପନୀ ଦିବସରେ ସୂର୍ଯ୍ୟ ପୂଜା, ପଞ୍ଚକର୍ମ, ଶାଳା ପୂଜନ, ଚଣ୍ଡୀପାଠ, ଆବାହନ, ଓ ଦ୍ୱାରପାଳ ପୂଜା ପରେ ତ୍ରିଦିନାତ୍ମକ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା l ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ ଉତ୍ସବକୁ ଦୁଃଖିଶ୍ୟାମ ସାହୁ, ଫଗୁ ଚରଣ ଜେନା, ଜଗନ୍ନାଥ ମହାପାତ୍ର, ସୁଶାନ୍ତ କୁମାର ରାଓ ଓ ଗୋପାଳ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ l ଏହି ଅବସରରେ ମା ମଉନେଇଁ ମନ୍ଦିର ପରିଚାଳନା କମିଟି ତରଫରୁ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l । ସତ୍ୟଵାଦୀ ସଙ୍ଗୀତ ମହାଵିଦ୍ୟାଳୟ କଳାକାର ମାନେ ସମ୍ଵଲପୁରୀ, ଗ୍ରାମର କୁନି କୁନି ପ୍ରତିଭା ମାନେ ଗୀତ ଓ ନୃତ୍ୟ ପରିଵେଷଣ କରିଥିଲେ। ଆଡ଼ଭେକଟ ଅଞ୍ଜନ ହୋତା ସଂଯୋଜନା କରିଥିଲେ। ଏହି ଅବସରରେ ଗ୍ରାମର ବରିଷ୍ଠ ବ୍ୟକ୍ତି ମାନଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ଵର୍ଦ୍ଧନା ଦିଆଯାଇଥିଲା।