ପ୍ରତିଦିନ ସକାଳୁ ମାତ୍ର ୨ଟି ଗୁଜୁରାତି ଓ ସାମାନ୍ୟ ଉଷୁମ ପାଣି ସେବନ କରିବା ଦ୍ୱାରା ଦୂର ହେବ ୫ଟି ସ୍ୱାସ୍ଥ୍ୟ ସମସ୍ୟା
ସାଧାରଣ ଭାବରେ ଆମେ ଗୁଜୁରାତି କୁ ଗୋଟିଏ ମୁଖବାସ ଭାବରେ ବ୍ୟବହାର କରିଥାଉ, ଆମର ଧାରଣା ରହିଥାଏ ଯେ ଗୁଜୁରାତି ସେବନ ଦ୍ୱାରା ମୁଖର ଦୁର୍ଗନ୍ଧ ଦୂର ହୋଇଥାଏ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୁଜୁରାତି ନିୟମିତ ସେବନ ଦ୍ୱାରା ଶରୀରରେ ଅନେକ ପ୍ରକାର ପରିବର୍ତନ ଆସିଥାଏ l ଆୟୁର୍ବେଦ ଚିକିତ୍ସକ ଙ୍କ ମତରେ ମାତ୍ର ଗୋଟିଏ ମାସ ପାଇଁ ନିୟମିତ ସକାଳୁ ସେବନ କରନ୍ତୁ ମାତ୍ର ୨ଟି ଗୁଜୁରାତି ଏବଂ ଦେଖନ୍ତୁ ଏହାର ଚମତ୍କାର ଲାଭ l
* ଗୁଜୁରାତି ରେ ରହିଥାଏ ଏହିସବୁ ପୋଷାକ ତତ୍ୱ –
– କ୍ୟାଲସିୟମ୍
– ମଗ୍ନେଶୀୟମ
– ଆଇରନ
– ପୋଟାସିୟମ୍
– ଭିଟାମିନ ବି 6
* ଗୋଟିଏ ମାସ ପର୍ଯ୍ୟନ୍ତ ୨ଟି ଗୁଜୁରାତି ନିୟମିତ ଭାବରେ ଆପଣ ମାସେ ପର୍ଯ୍ୟନ୍ତ ସେବନ କରିବେ ତେବେ ଶରୀରର ଅନେକ ସମସ୍ୟା ଦୂର ହୋଇଯିବ l
– ପ୍ରତିଦିନ ସକାଳୁ ୨ଟି ଗୁଜୁରାତି ସେବନ କରିବା ଦ୍ୱାରା ମୁଖ ଗହ୍ୱର ର ଦୁର୍ଗନ୍ଧ ଦୂର ହୋଇଥାଏ, ଏହା ଗୋଟିଏ ପ୍ରାକୃତିକ ମାଉଥ ଫ୍ରେଶନର ଭାବରେ କାର୍ଯ୍ୟ କରିଥାଏ l
– ଗୁଜୁରାତି ରେ ପୋଟାସିୟମ ଓ ମଗ୍ନେଶୀୟମ ଭରପୁର ମାତ୍ରାରେ ରହିଥାଏ , ପ୍ରତିଦିନ ଗୁଜୁରାତି ସେବନ ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ଏବଂ ହାର୍ଟ ସମ୍ବନ୍ଧିତ ଅସୁବିଧା ମଧ୍ୟ ଦୂର ହୋଇଥାଏ ଯାହା ଦ୍ୱାରା ହାର୍ଟ ଆଟାକ ମଧ୍ୟ ଦୂର ହୋଇଥାଏ l
– ଗ୍ୟାସ ଓ ଏସିଡ଼ିଟି ର ସମସ୍ୟା ଆଜିର ଗୋଟିଏ ସାଧାରଣ ସମସ୍ୟା l ଯଦି ଆପଣ ପ୍ରତିଦିନ ମାତ୍ର ୨ଟି ଗୁଜୁରାତି କୁ ଚୋବାଇ ସକାଳୁ ଖାଲି ପେଟରେ ସେବନ କରିବେ ତେବେ ପାଚନ ସମ୍ବନ୍ଦୀୟ ସମସ୍ତ ସମସ୍ୟା ଦୂର ହେବା ସହିତ ଗ୍ୟାସ, ଏସିଡ଼ିଟି ଖୁବ ସହଜରେ ଦୂର ହୋଇ ପାରିବ l ସେଥିପାଇଁ ଗୋଟିଏ ମାସ ପାଇଁ ଏହି ଅଭ୍ୟାସ କରନ୍ତୁ l
– ଗୁଜୁରାତିରେ ଆଣ୍ଟିଅକ୍ସିଡାଣ୍ଟ ରହିଛି, ଏହାକୁ ଖାଲି ପେଟରେ ସେବନ କରିବା ଦ୍ୱାରା ଚକ୍ଷୁର ଦୃଷ୍ଟିଶକ୍ତି ଠିକ ରହିଥାଏ ଏବଂ ମୋତିଆ ବିନ୍ଦୁ ସମସ୍ୟା ଦୂର ହୋଇଥାଏ 6
– ବିଶେଷ ଭାବରେ ବର୍ଷା ଋତୁରେ ହ୍ୱିୟୁମିଡ଼ିଟି କାରଣରୁ ଶ୍ୱାସ ସମସ୍ୟା ଦେଖା ଯାଇଥାଏ, ଯାହାର ଏହି ସମସ୍ୟା ରହିଛି ସେ ଗୋଟିଏ ମାସ ପର୍ଯ୍ୟନ୍ତ ମାତ୍ର ଦୁଇଟି ଗୁଜୁରାଟିକୁ ଚୋବାଇ ସାମାନ୍ୟ ଉଷୁମ ପାଣି ସେବନ କରନ୍ତୁ ଏବଂ ଚମତ୍କାର ଲାଭ ପାଆନ୍ତୁ l