Odisha news

କାର୍‌ ଭିତରୁ ପୁଳା ପୁଳା ଟଙ୍କା ଜବତ

0

ବରଗଡ଼: ବରଗଡ଼ରୁ ରାୟପୁର ଅଭିମୁଖେ କାର୍‌ରେ ଯାଉଥିବା ୨ ଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ବିଡ଼ା ବିଡ଼ା ନୋଟ୍ ଜବତ କରିଛି ଛତିଶଗଡ଼ ପୋଲିସ। ଯାହାର ପରିମାଣ ୧ କୋଟି ୧୨ ଲକ୍ଷ ୯୯ ହଜାର ଟଙ୍କା ।

୨ ଜଣ ହେଲେ ପ୍ରତୀକ ଛାପାଡ଼ିଆ ଏବଂ ସୁରେନ୍ଦ୍ର ସୋନା। ଏମାନେ କାର୍ ଡିକିରେ ସ୍ୱତନ୍ତ୍ର ଚାମ୍ବର ତିଆରି କରି ତାଭିତରେ ଏସବୁ ଟଙ୍କାକୁ ଭର୍ତ୍ତି କରି ନେଉଥିଲେ। କିନ୍ତୁ ଛତିଶଗଡ଼ ସିଂଘୋଡା ପୋଲିସ ରେହଟିଖୋଲ୍ ଚେକିଂ ପଏଣ୍ଟ ପାଖରେ ଏମାନଙ୍କୁ ଧରିଥିଲା।

ତେବେ ଏତେ ପରିମାଣର ଟଙ୍କା କାହାର ? କାହା ପାଖକୁ ନେଉଥିଲେ ? କେଉଁ ଉଦ୍ଦେଶ୍ୟରେ ନେଉଥିଲେ ? ତାହା ସ୍ପଷ୍ଟ ହୋଇନଥିବାବେଳେ ଏହା ହୱାଲା ଟଙ୍କା ହୋଇଥାଇପାରେ ବୋଲି ଆଶଙ୍କା କରୁଛି ଛତିଶଗଡ଼ ପୋଲିସ। ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ପୋଲିସ ଆୟକର ବିଭାଗକୁ ହସ୍ତାନ୍ତର କରିଛି।

Leave A Reply

Your email address will not be published.