ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କୁ ବଡ଼ ଝଟ୍କା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୩ ଶହ କେଜିର ହୀରା, ମୋତି ଓ ଅନ୍ୟ ଅଳଙ୍କାର ଭାରତକୁ ଫେରାଇ ଆଣିଛି
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କୁ ବଡ଼ ଝଟକା। ଏହି ଦୁଇ ଜଣ ହଂକଂରୁ ଦୁବାଇ ଚାଲାଣ କରିଥିବା ୨୩ ଶହ କେଜିର ହୀରା, ମୋତି ଓ ଅନ୍ୟ ଅଳଙ୍କାର ଭାରତକୁ ଫେରାଇ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଏସବୁ ଅଳଙ୍କାରର ମୂଲ୍ୟ ପ୍ରାୟ ୧୩ ଶହ ୫୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।
୨୦୧୮ରୁ ସେମାନେ ଏସବୁ ସାମଗ୍ରୀକୁ ହଂକଂରୁ ଦୁବାଇ ଚାଲାଣ କରିଥିଲେ। ୧୦୮ଟି ପ୍ୟାକେଟ୍ରେ ଥିବା ଏହି ଅଳଙ୍କାର ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍ସିଙ୍କ ମାଲିକାନାରେ ଥିବା କମ୍ପାନୀ ନାଁରେ ବୁକିଂ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ବେଳେ ଏହା ଧରାପଡ଼ିଥିଲା।
୨ବର୍ଷ ଧରି ଇଡି ଏଗୁଡ଼ିକୁ ସିଧାସଳଖ ମୁମ୍ବାଇ ପଠାଇବାକୁ ହଂକଂ ସରକାରଙ୍କୁ ଅନୁରୋଧ କରିଥିଲା ଇଡି। ଏବେ ଏହା ଉପରେ ରୋକ ଲଗାଇବାକୁ ସକ୍ଷମ ହେବା ପରେ ଭାରତକୁ ଫେରାଇ ଅଣାଯାଇଛି।