କ୍ୟାନ୍ସର ଗୋଟିଏ ମାରାତ୍ମକ ବ୍ୟାଧି ଭାବରେ ସାରା ବିଶ୍ୱରେ ବ୍ୟାପ୍ତ l ଏହାକୁ ନେଇ ନିକଟରେ ଗୋଟିଏ ଆଶ୍ଚର୍ଯ୍ୟ କଲାଭଳି ଖୁଲାସା ହୋଇଛି l ଏହି ଅଧ୍ୟୟନ ରେ ଜଣା ପଡିଛି ଯେ ୫୦ ବର୍ଷରୁ କମ ଆୟୁର ବ୍ୟକ୍ତିଙ୍କ ନିକଟରେ କ୍ୟାନ୍ସର ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖା ଦେଉଛି l ଏହି ଅଧ୍ୟୟନ ଅନୁସାରେ ୨୦୧୯ ରେ ୩୨ ଲକ୍ଷ କ୍ୟାନ୍ସର ରୋଗୀ ଏଭଳି ଥିଲେ ଯିଏ କି ୫୦ ବର୍ଷରୁ କମ ଆୟୁର ଥିଲେ l
ଟାଇମସ ଅଫ ଇଣ୍ଡିଆ ର ରିପୋର୍ଟ ଅନୁଯାୟୀ କ୍ୟାନ୍ସର ର ମୁଖ୍ୟ କାରଣ ମୋଟାପା, ରେଡ ମିଟ, ଅତ୍ୟଧିକ ଲୁଣ ସେବନ , ପରିଶ୍ରମ ନକରିବା l ୧୪ ବର୍ଷରୁ ୪୯ ବର୍ଷ ମଧ୍ୟରେ ଜେନେଟିକ କାରଣ ରୁ ମଧ୍ୟ କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ l
ଆସନ୍ତୁ ଜାଣିବା ମୁଖ୍ୟତଃ କେଉଁ କାରଣରୁ କ୍ୟାନ୍ସର ଠାରୁ ଦୂରେଇ ରହି ପରିବା: –
* ଆମେରିକା କ୍ୟାନ୍ସର ସୋସାଇଟି ର ସୂଚନା ଅନୁଯାୟୀ ସତେଜ ଫଳ ଓ ପନିପରିବା ଖାଇବା ଦ୍ୱାରା କ୍ୟାନ୍ସର ସମସ୍ୟା ଦୂର ହୋଇଥାଏ l ଏହାକୁ ସେବନ କରିବା ଦ୍ୱାରା ଭିଟାମିନ , ମିନେରାଲ , ଫାଇଟ କେମିକାଲସ , ଆଣ୍ଟି ଆକ୍ସିଡାଣ୍ଟ ମିଳିଥାଏ ଯାହାକି କ୍ୟାନ୍ସର ଠାରୁ ଦୂରେଇ ରଖିଥାଏ l
* ଶରୀର ରେ ସୁଗାର ଦୁଇଟି ଉପାୟ ରେ ପହଞ୍ଚି ଥାଏ , ଗୋଟିଏ ଫଳ ଓ ପନିପରିବା ଦ୍ୱାରା ଓ ଅନ୍ୟଟି ଡ୍ରିଂକ୍ସ ଦ୍ୱାରା l ଡ୍ରିଂକ୍ସ ଦ୍ୱାରା ମିଳୁଥିବା ସୁଗାର କ୍ୟାନ୍ସର ସେଲ କୁ ବୃଦ୍ଧି କରିଥାଏ l ଏହାଦ୍ୱାରା ମୋଟାପା, ହୃଦ ଘାତ ଓ କ୍ୟାନ୍ସର ସେଲ ବୃଦ୍ଧି ହୋଇଥାଏ l ସତର୍କ ରୁହନ୍ତୁ l
* ହାଇ ଫାଇବର ଜୁକ୍ତ ଖାଦ୍ୟ କୋଲନ କ୍ୟାନ୍ସର ଠାରୁ ଦୂରେଇ ରଖିଥାଏ l ତେଣୁ ଶସ୍ୟ ଜାତୀୟ ଜିନିଷ ଅଧିକ ସେବନ କରିବା ଜରୁରୀ l
* ଏହି ଅଧ୍ୟୟନ ରେ ଜଣା ପଡିଛି ଯେ ଅତ୍ୟଧିକ ମଦ୍ୟପାନ ଓ ଧୂମ୍ର ପାନ କ୍ୟାନ୍ସର ର କାରଣ , ଏହାଦ୍ୱାରା ଲିଭର କ୍ୟାନ୍ସର ରେ ପ୍ରଭାବିତ ହେବାର ସମ୍ଭାବନା ରହିଛି l ତେଣୁ ସତର୍କ ରହିବା ଜରୁରୀ l
* କ୍ୟାନ୍ସର ଠାରୁ ଦୂରେଇ ରହିବା ପାଇଁ ଏହିସବୁ ଖାଦ୍ୟ ଠାରୁ ଦୂରତା ରଖନ୍ତୁ :-
* ପ୍ରଶେଷଡ଼ ମିଟ
* ଫ୍ରାଏଡ଼ ଫୁଡ
* ଓଭର କୁକ ଫୁଡ
* ଅତ୍ୟଧିକ ମିଠା ଖାଦ୍ୟ
* ଅତ୍ୟଧିକ ଚର୍ବି ଯୁକ୍ତ ଖାଦ୍ୟ
* ଅତ୍ୟଧିକ ଲୁଣ