Odisha news

ଓ.ଏମ.ସି କପ୍ ଅନ୍ତଃକ୍ଲବ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ଡିଫା, ଧର୍ମଶାଳା ବିଜୟୀ

ବ୍ୟାସନଗର : ଯାଜପୁର ଜିଲ୍ଲା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ବ୍ୟାସନଗର ଷ୍ଟାଡ଼ିୟମଠାରେ ଚାଲୁଥିବା ଓଏମସି କପ କେ.ବି ଜେନା ମେମୋରିଆଲ ଆନ୍ତଃକ୍ଲବ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସର ଖେଳରେ ଅତିଥି ଭାବେ ବାବାଜୀ ଚରଣ ସାହୁ, ପ୍ରଭାତ ମହାପାତ୍ର ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନରେନ୍ଦ୍ର ବଳ, ଶରତ ଜେନା, ସୁଧାଂଶୁ ରାଉତରାୟ, ଅଜୟ ନାୟକ, ଚିତ୍ତରଂଜନ ବେହେରା, ସନ୍ତୋଷ ମହନ୍ତ, ରାହାସ ବିହାରୀ ଖଟୁଆ, ବି.ଏସ.କେ ସାମଲ, ପ୍ରତାପ ଦାସ, ରାଜେଶ ରାଉତ,ଖଗେଶ୍ୱର ରଣା ଉପସ୍ଥିତ ଥିଲେ ।

ଆଜି ପ୍ରଥମ ମ୍ୟାଚ ବୁଲେଟ କ୍ଲବ, ଅସନଗଡ଼ିଆ ୨-୧ ଗୋଲରେ ଭାଲୁବସା ଏଫ.ସିକୁ, ଦ୍ୱିତୀୟ ମ୍ୟାଚ ଡ଼ିଫା, ଧର୍ମଶାଳା ୧-୦ ଗୋଲରେ ଏ.ଡ଼ି.କ୍ଲବ ଗାଡ଼ପୁରକୁ,ତୃତୀୟ ମ୍ୟାଚରେ ବୁଲେଟ କ୍ଲବ ୧-୦ ଗୋଲରେ ବୈତରଣୀ ଏଫସିକୁ ଓ ଚତୁର୍ଥ ମ୍ୟାଚ ଡ଼ିଫା ଧର୍ମଶାଳା ୬-୦ ଗୋଲରେ ବୁଲେଟ କ୍ଲବ ଅସନଗଡ଼ିଆକୁ ହରାଇ ସେମିଫାଇନାଲରେ ଖେଳିବା ଯୋଗ୍ୟତା ଅର୍ଜନ କରିଛନ୍ତି । ଆଜିର ଖେଳକୁ ଆନ୍ଦି୍ରୟାସ କାଣ୍ଡୁଲିନା, ଲକ୍ଷ୍ମଣ ଗାଗରାଇ, ଶୈଳେଶ ପାଣି ଓ ସୁକାନ୍ତ ମଲ୍ଲିକ ପରିଚାଳନା କରିଥିଲେ ।

Shares