Odisha news

ଧିରଗତିରେ ତାଳଚେର ସାରକାରଖାନା : କାର୍ଯ୍ୟକ୍ଷମ କେବେ?

ତାଳଚେର :  ବନ୍ଦ ହୋଇପଡ଼ିରହିଥିବା ତାଳଚେର ସାରକାଖାନାର ପୁନଉଦ୍ଧାର କରାଯାଇ ନୂତନ ସାରକାରଖାନାରେ ପ୍ରତିଷ୍ଠା କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ମସିହା ସେପ୍ଟେମ୍ବର ୨୨ତାରିଖରେ ଏହାର ଶଳାନ୍ୟାସ କରିଥିଲେ । ଶ୍ରୀ ମୋଦୀ କହିଥିଲେ ୩୬ମାସ ଭିତରେ ଏହା କାର୍ଯ୍ୟକ୍ଷମ ହୋଇ ସାର ଉତ୍ପାଦନ ଆରମ୍ଭ ହେବ ବୋଲି ଏହାକୁ ଉଦଘାଟନ କରିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାସଂଦ ଜୁଏଲ ଓରାମ, ସାସଂଦ ତଥାଗତ ଶତପଥି, ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଶିଳାନ୍ୟାସକୁ ଆଜି ଠିକ ୩ବର୍ଷ ପୁରିଯାଇଥିଲା ବେଳେ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁଥିବାରୁ ଏହା କାର୍ଯ୍ୟକ୍ଷମ ପାଇଁ ଅଉ କେତେବର୍ଷ ଲାଗିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ଭାରତ ସରକାର ୧୩ହଜାର କୋଟି ଟଙ୍କା ବ୍ୟବୟଅଟକଳ ରଖିବଥିବା ବେଳେ ଏହାକୁ ସମ୍ପୂ୍‌ର୍ଣ ଆଧୁନିକ ବୈଷୟିକ କାରିଗରୀ କୌଶଳରେ ନିର୍ମାଣ କରାଯିବା ସହ କୋଲ ଗ୍ୟାସିଫିକେସନ୍ ଦ୍ୱାରା ସାର ଉତ୍ପାଦନ ହେବ ବୋଲି ଯୋଜନା ରହିଛି ।

ତେବେ ପ୍ରକଳ୍ପର ଶିଳାନ୍ୟାସ ପରେ ପୁରୁଣା ପ୍ରକଳ୍ପ ପରିସରରେ ରହିଥିବା ସମସ୍ତ ପୁରୁଣା କୋଠା ଏବଂ ବଡ଼ବଡ଼ ଯନ୍ତ୍ରାଂଶକୁ ହଟାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ୨୦୨୦ ମସିହାରେ କରୋନା ମହାମାରୀ ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା ।ଚୀନ ହୁଆନ ଇଂଞ୍ଜିନୀଅର କମ୍ପାନୀ ତାଳଚେର ସାରକାରଖାନାର ଡ଼ିଜାଇନ ଏବଂ ସମସ୍ତ ସାର ଉତ୍ପାଦନର ପ୍ରକଳ୍ପ ଗୁଡ଼ିକୁ ନିର୍ମାଣ କାର୍ଯ୍ୟର ଦାୟୀତ୍ୱ ବିଶ୍ୱ ଟେଣ୍ଡର ମାଧ୍ୟମରେ ହୋଇଥିଲା । ଚୀନର ହୁଆନ କରୋନା ଉତ୍ପତିସ୍ଥଳ ହୋଇଥିବା ବେଳେ ସେଠାକାର ଯନ୍ତ୍ରାଂଶମାନ ତାଳଚେରକୁ ଆସି ପାରିନଥିଲା ତେଣୁ କାର୍ଯ୍ୟ ହୋଇପାରିନଥିଲା । ନର୍ମାଣ କାର୍ଯ୍ୟର ଜରେ ବରିଷ୍ଠ ଅଧିକାରୀ ସୂଚନା ପପ୍ରଦାନ କରିଥିଲେ । ପ୍ରକଳ୍ପ ପାଇଁ ଜଳଯୋଗାଣ ଓ ବିଦ୍ୟୁତ ବ୍ୟବସ୍ଥା କାର୍ଯ୍ୟ ତୁରନ୍ତ ତ୍ୱରାନ୍ୱିତ କରାଯାଇଛି । କେନ୍ଦ୍ରୀୟ ଶିଳ୍ପନିରାପତା ଯବାନ (ସିଆଇଏସଏଫ) ସୁରକ୍ଷାବାହୀନକୁ ସାରକାରଖାନା ନିୟୋଜିତ ହୋଇଛି । ଅପରପକ୍ଷେ ପ୍ରକଳ୍ପ ନିର୍ମାଣ ଶେଷହେବ ବେଲି ଆଖପାଖ ଅଂଚଳର ଅଂଚଳବାସୀ ଯେଉଁ ଆଶା ରଖିଛନ୍ତି ତାହା କେତେ ଦୂର ସାକାର ହେବ ଆଗାମୀ ଦିନରେ ହିଁ ଜଣାପଡ଼ିବ ।

IEC 2 years

Comments are closed.