Odisha news

ପ୍ରତିଦିନ ସେବନ କରନ୍ତୁ ମାତ୍ର ଗୋଟିଏ ମୁଠା ଦେଶୀ ବୁଟ ଭଜା ଓ ଶରୀର କୁ ଦିଅନ୍ତୁ ୬ ଟି ଚମତ୍କାର ଲାଭ

0

ଆଗକାଳରେ ବୁଟ ଭଜା ସମସ୍ତଙ୍କର ପ୍ରାୟ ପ୍ରିୟ ଜିନିଷ ଟିଏ ଥିଲା, ସନ୍ଧ୍ୟା ହେଉ କି ସକାଳ ଚା ସହିତ ଗୋଟିଏ ମୁଠା ବୁଟ ଭଜା ଖାଇଦେଲେ ଆତ୍ମା ଶାନ୍ତି l କିନ୍ତୁ ଆଜିର ପିଜା ବର୍ଗର ଯୁଗରେ କିଏବା ପଚାରୁଛି ଏହି ଜିନିଷ ଟିକୁ, ଆଜିର ଆଧୁନିକ ଯୁଗରେ ଦେଖିବାକୁ ଗଲେ ବୁଟ ଭଜାର ଚାହିଦା ପ୍ରାୟ କମି ଗଲାଣି l କିନ୍ତୁ ଏହି ଜିନିଷ ଟି ପୋଷାକ ତତ୍ତ୍ୱରେ ଭରପୁର ଅଟେ, ବୁଟ ଭଜା ପ୍ରୋଟିନ, ଫାଇବର, ମାଙ୍ଗାନିଜ, ଫୋଲେଟ , କ୍ୟାଲସିୟମ, ଆଇରନ, ଫସଫରସ ଭଳି ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ l ଏହିସବୁ ପୋଷାକ ତତ୍ୱ କାରଣରୁ ବୁଟ ଭଜା ସ୍ୱାସ୍ଥ୍ୟର ଗନ୍ତାଘର ଅଟେ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବୁଟ ଭଜା ରେ ଥିବା ଗ୍ଲାଇକୋସେମିକ ଇଣ୍ଡେକ୍ସ କମ ରହିଥାଏ, ଏପରି ସ୍ଥିତିରେ ମଧୁମେହ ରୋଗୀ ନିୟମିତ କିଛି କିଛି ମାତ୍ରା ରେ ସେବନ କରିପାରିବେ l

– ବୁଟ ଭଜା ନିୟମିତ ସେବନ କରିବା ଦ୍ୱାରା ଓଜନ ହ୍ରାସ ର ସମ୍ଭାବନା ରହିଥାଏ, କାହିଁକିନା ଏଥିରେ କ୍ୟାଲୋରୀ ଖୁବ କମ ମାତ୍ରାରେ ରହିଥାଏ l ଏବଂ ଫାଇବର ଓ ପ୍ରୋଟିନ ଅଧିକ  ମାତ୍ରାରେ ଥିବା କାରଣରୁ ଶରୀର ପାଇଁ ଖୁବ ହିତକର l ଏବଂ କୋଲେଷ୍ଟ୍ରଲ ସମସ୍ୟାରୁ ମଧ୍ୟ ଆରାମ ମିଳେ l

– ପ୍ରତିଦିନ ଭଜା ବୁଟ ସେବନ କରିବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ରୁ ମଧ୍ୟ ଆରାମ ମିଳିଥାଏ l ଏବଂ ଏଥିରେ ଥିବା କ୍ୟାଲସିୟମ ହାଡ଼ କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ l

– ଭଜା ବୁଟ ରେ ଆଇରନ ମାତ୍ରା ଖୁବ ଅଧିକ ରହିଥାଏ, ଯାହା ଶରୀର ରେ ହେମୋଗ୍ଲୋବିନ ସ୍ତର କୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ l ଏବଂ ଏନିମିଆ ସମସ୍ୟାରୁ ଆରାମ ଦେଇଥାଏ l

– ଭଜା ବୁଟ ରେ ଥିବା ପୋଷାକ ତତ୍ୱ ଶରୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ, ଏବଂ ବିଭିନ୍ନ ରୋଗ ନିକଟରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ l

– ପ୍ରତିଦିନ ଆମେ ଯଦି ବୁଟ ଭଜା ସେବନ କରିବା ତେବେ ଶରୀର ର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ ଏବଂ କାମ କରିବା ପାଇଁ ଶକ୍ତି ଆସିଥାଏ l

Leave A Reply