Odisha news

ନନ୍ଦୀଙ୍କ କାନରେ କାହିଁକି ଭକ୍ତ ମାନେ କହି ଥାଆନ୍ତି ନିଜ ମନସ୍କାମନା ? କଣ ରହିଛି ସେହି ଚମତ୍କାରୀ ଶବ୍ଦ ଯାହାଦ୍ୱାର ବଦଳିଯଯାଏ ଭାଗ୍ୟ

0

ସମସ୍ତ ଶିବ ମନ୍ଦିରରେ ଶିବଲିଙ୍ଗ ସମୁଖରେ ନନ୍ଦୀ ମହାରାଜ ଙ୍କ ମୂର୍ତ୍ତିଟି ବିରାଜମାନ କରିଥାଏ, ଏବଂ ଯେଉଁ ବ୍ୟକ୍ତି ମହାଦେବ ଙ୍କ ଦର୍ଶନ ପାଇଁ ଯାଇଥାଏ ସେ ନନ୍ଦୀ ମହାରାଜଙ୍କ କାନରେ ନିଜ ମନସ୍କାମନା କହିଥାଏ l ମାନ୍ୟତା ରହିଛି ଯେ ସେହି ମନସ୍କାମନା ଭକ୍ତ ଙ୍କର ପୁର୍ଣ ହୋଇଥାଏ l କିନ୍ତୁ ନନ୍ଦୀଙ୍କ ର କେଉଁ କାନରେ ନିଜର ମନର ଇଚ୍ଛା କହିବା ଆବଶ୍ୟକ ଆସନ୍ତୁ ସେ ବିଷୟରେ ଜାଣିବା l

ନନ୍ଦୀଙ୍କ କାନରେ କାହିଁକି ଭକ୍ତ ମାନେ କହି ଥାଆନ୍ତି ନିଜ ମନସ୍କାମନା ?
ଶାସ୍ତ୍ର ଅନୁସାରେ କୁହାଯାଇ ଥାଏ ଯେ ମହାଦେବ ଅନେକ ସମୟରେ ତପସ୍ୟାରେ ଲୀନ ରହି ଥାଆନ୍ତି l ଏବଂ ନନ୍ଦୀ ମହାରାଜ ମଧ୍ୟ ସେହିଠାରେ ଉପସ୍ଥିତ ରହି ଥାଆନ୍ତି l କାହିଁକି ନା କେହି ଯେପରି ମହାଦେବ ଙ୍କ ତପସ୍ୟାରେ ବିଘ୍ନ ନଘଟାଉ l ତେଣୁ ଭକ୍ତମାନେ ଯିଏ କେହିବି ହୋଇ ଥାଆନ୍ତି ସେମାନେ ନିଜର ମନର ଇଚ୍ଛା ନନ୍ଦୀ ଙ୍କୁ କହି ଥାଆନ୍ତି l ଏବଂ ଏହା ମହାଦେବ ଙ୍କ ନିକଟରେ ପହଂଚି ଯାଇଥାଏ l ପୌରାଣିକ ମାନ୍ୟତା ଅନୁସାରେ ମହାଦେବ ନନ୍ଦୀ ମହାରାଜ ଙ୍କୁ ବରଦାନ ଦେଇଥିଲେ ଯେ ଯିଏ କେହି ତୁମ କାନରେ ନିଜ ମନର ଇଚ୍ଛା କହିବ ତାର ସମସ୍ତ ଇଚ୍ଛା ପୂରଣ ହେବ l

ନନ୍ଦୀ ଙ୍କୁ ନିଜର ଇଚ୍ଛା କହିବାର କଣ ରହିଛି ନିୟମ –
– ଶିବ ମନ୍ଦିର ରେ ଭୋଳାନାଥ ଙ୍କ ପୂଜା ପରେ ମହାଦେବ ଙ୍କର ନିହାତି ଆଳତୀ କରିବା ଜରୁରୀ l ଏବଂ ଏହାପରେ ନନ୍ଦୀଙ୍କୁ ନିଜର ମନର ଇଚ୍ଛା କୁହନ୍ତୁ, କିନ୍ତୁ ଯେ ପର୍ଯ୍ୟନ୍ତ ନନ୍ଦୀ ଙ୍କୁ ନିଜ ମନର ଇଚ୍ଛା କହିବେ ନାହିଁ ସେହି ପର୍ଯ୍ୟନ୍ତ କାହା ସହିତ କଥା ମଧ୍ୟ ହେବେ ନାହିଁ l

– ସର୍ବଦା ଭକ୍ତ ନିଜର ମନର ଇଚ୍ଛା ନନ୍ଦୀଙ୍କ ବାମ ପାର୍ଶ୍ୱ କାନରେ କହିବା ଜରୁରୀ , କିନ୍ତୁ ଏହି ସମୟରେ ଧ୍ୟାନ ରଖନ୍ତୁ ଯେ ଯେଭଳି ଆପଣଙ୍କ ମନୋସ୍କାମନା କାହାର ଅନିଷ୍ଟ ସାଧନ ପାଇଁ କହିବେ ନାହିଁ l

– ଏବଂ ଯେବେବି ନିଜର ମନସ୍କାମନା ନନ୍ଦୀଙ୍କ କାନରେ କହିବେ, ତାଙ୍କ ନିକଟରେ ପ୍ରସାଦ ଭାବରେ ଫଳଟିଏ ଅର୍ପଣ କରିବେ l ଏବଂ ନଡ଼ିଆ ଟିଏ ବାଡ଼େଇବେ l ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ l

– ଶାସ୍ତ୍ରର ମାନ୍ୟତା ଅନୁସାରେ ନଂଦୀଙ୍କ କାନରେ ନିଜର ମନର ଇଛା କହିବା ପୂର୍ବରୁ ନିହାତି ଓଂ ନମଃ ଶିବାୟ କହିବା ଜରୁରୀ ଅଟେ l ଏହାଦ୍ୱାରା ନନ୍ଦୀ ମହାରାଜ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି l

Leave A Reply