Odisha news

ଦେଖୁ ଦେଖୁ ଘର ଭିତରକୁ ପଶିଗଲା ବରଯାତ୍ରୀ ବସ , ତାପରେ ….

0

ଥିରୁବନନ୍ତପୁରମ୍ : ଆଜି କେରଳର ରାଜାପୁରମସ୍ଥିତ କାସରଗୋଡରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା‌ରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣାରେ କର୍ଣ୍ଣାଟକର ପାଞ୍ଚ ଜଣଙ୍କ ମୃତ୍ୟୁକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଶୋକ ପ୍ରକାଶ କରିଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଆଜି ଏକ ବସରେ ୭୦ଜଣ ଯାତ୍ରୀ ବସି କର୍ଣ୍ଣାଟକରୁ କେରଳକୁ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ଏକ ଅଘଟଣ ଘଟିଥିଲା। ବସ ଚାଳକ କୌଣସି କାରଣବଶତଃ ତାଙ୍କ ଚାଳନା ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଫଳରେ ବସଟି ଭାରସାମ୍ୟ ହରାଇ ଗୋଟିଏ ଘର ଭିତରକୁ ପଶି ଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେବା‌ ସହ ଉଭୟ କନ୍ୟା ଓ ବର ଘରେ ବି ଏହି ଦୁଃଖଦ ଖବର ପହଁଞ୍ଚିଥିଲା। ଏହି ଖବର ପାଇ ଖୁସି ଓ ଉତ୍ସାହରେ ଭରି ଯାଇଥିବା ଉଭୟ କନ୍ୟା ଓ ବର ଘରେ ଶୋକରଛାୟା ଖେଳିଯାଇଥିଲା।

Leave A Reply