ବୁଗୁଡ଼ା :ତା ୦୩/୦୨/୨୪ : ବୁଗୁଡ଼ା ବ୍ଲକ ଅନ୍ତରପଡା ପଞ୍ଚାୟତ ଅନ୍ତର୍ଗତ ମାଣିକପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ସହ ଏକ କୁକୁଡ଼ା ଫାର୍ମ ଜଳିଯାଇ ଶତାଧିକ କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି l ପ୍ରକାଶ ଯେ , ଆଜି ସନ୍ଧ୍ୟାରେ ମାଣିକପୁର ଗାଁ ଶେଷରେ ଘରକରି ରହୁଥିବା ଛବି ନାୟକଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ନିକଟରେ ଥିବା ତାଙ୍କର କୁକୁଡ଼ା ଫାର୍ମରେ ମଧ୍ୟ ନିଆଁ ଲାଗିଯିବାରୁ ଫାର୍ମରେ ଥିବା ଶହ ଶହ କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି l ଖବର ପାଇ ବୁଗୁଡ଼ାରୁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି l