Odisha news

ବାଇକ ଦୁର୍ଘଟଣାଗ୍ରସ୍ତ :୨ ଆହତ 

0
ଠାକୁରମୁଣ୍ଡା-୩/୨(ସମୟ ବୂରୋ)ଠାକୁରମୁଣ୍ଡାରୁ ୩କିମି ଦୂର ଯୋଡାମ୍ବ ଘାଟି ତଳକୁ ରାସ୍ତାରେ ଚାଲି ଯାଉଥିବା ଜଣେ ଯୁବକ କୁ ବାଇକ ଚାଳକ ପଛପଟୁ ଧକ୍କା ଦେଇ ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ଠାକୁରମୁଣ୍ଡା ବଜାର ରୁ ଆପାଚି ବାଇକ OD 04K 2573 ରେ ସଂଜିତ ସାମରାଇ ୩୦ ସାଙ୍ଗ ସହିତ ଆନନ୍ଦପୁର ଥାନା ବେଲବାହାଳି କୁ ଯାଉଥିଲେ ।ଯୋଡାମ୍ବ ଘାଟି ତଳେ ରାସ୍ତାରେ ବାସୁଦେବ ପୁର ଥାନା ପଦ୍ମପୁରର ଜଣେ ଯୁବକ ତପନ ବେହେରା ୩୦ ଚାଲି ଚାଲି ଯାଉଥିଲେ। ତାଙ୍କୁ ପଛପଟୁ ଧକ୍କା ଦେଇ ସମସ୍ତେ ଛିଟିକି ପଡିଥିଲେ ।ସମସ୍ତ ଙ୍କୁ ଠାକୁରମୁଣ୍ଡା ଡାକ୍ତର ଖାତାକୁ ଚିକିତ୍ସା ଅଣାଯାଇଛି। ପଥଚରୀ ତପନ ର ମୁଣ୍ଡ ରେ ଶକ୍ତ ଆଘାତ ଲାଗିବା ସହିତ ଚାଳକ ଛାତି ଓ ମୁହଁ ଶକ୍ତ ଆଘାତ ଲାଗି ଗୁରୁତର ଆହତ ହୋଇଛନ୍ତି।

Leave A Reply