Odisha news

ପୋଲେଇ ସାହି କଣ୍ଟେନ୍ ମେଣ୍ଟ : ଲୋକେ ପାନୀୟ ଜଳ ପାଇଁ ହଟହଟା

0

ବୁଗୁଡ଼ା :-୨୫/୮ ବୁଗୁଡ଼ା ତଳ ଓଡ଼ିଆ ସାହି ଅନ୍ତର୍ବର୍ତ୍ତୀ ପୋଲେଇ ସାହିରେ ୩ଟି ପଜେଟିଭ୍ ବେଶ୍ ଚିହ୍ନଟ ପରେ ବୁଗୁଡ଼ା ପ୍ରଶାସନ ଉକ୍ତ ଅଞ୍ଚଳକୁ କଣ୍ଟେନ୍ ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଏହି ସାହିର ସ୍ଵାମୀ ସ୍ତ୍ରୀ ଓ ଅନ୍ୟ ଏକ ମହିଳା ବୁଗୁଡ଼ା କଲେଜ ସ୍ଥିତ ସ୍ୱାବ୍ ଟେଷ୍ଟିଂ କେନ୍ଦ୍ରରେ ପଜେଟିଭ ଚିହ୍ନଟ ହୋଇଥିଲେ। ପରନ୍ତୁ ସାହି ବାସୀ ପାନୀୟ ଜଳ ପାଇଁ ଓ କଣ୍ଟ୍ରୋଲ ସାମଗ୍ରୀ ପାଇଁ ନାହିଁ ନଥିବା ହଟହଟାର ସମ୍ମୁଖୀନ ହୋଇଛନ୍ତି।

କେହି ପାଣି ଦେବାକୁ ମନା କରିବା ପରେ ବାଧ୍ୟ ହୋଇ ଏନ୍ ଏ ସି ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିବାରୁ ଉତ୍ତେଜନା ଶାନ୍ତି ପଡିଥିଲା।

ଏତତ୍ ବ୍ୟତୀତ ସାହି ବାସୀଙ୍କୁ କଣ୍ଟ୍ରୋଲ୍ ସମଗ୍ରୀ ଦେବାକୁ ମଧ୍ଯ ସମ୍ପୃକ୍ତ ଡିଲର୍ ମନା କରି ଦେଇ ପ୍ରଥମେ ପରୀକ୍ଷା କରି ଆସିବାକୁ କହିବା ଜଣାପଡିଛି। କିଛି ଦିନର ଆପାତତଃ ଶାନ୍ତ ଅବସ୍ଥା ପରେ ହଠାତ୍ ପୁଣି ବୁଗୁଡ଼ା ସହରରେ ଏକ କାଳୀନ ତିନୋଟି ପଜେଟିଭ ଚିହ୍ନଟ ପରେ ସହର ବାସୀଙ୍କ ମଧ୍ୟରେ ଭୟର ବାତାବରଣ ସ୍ରୁଷ୍ଟି ହୋଇଛି ଏ ସମ୍ପର୍କରେ ଏନ୍ ଏ ସି ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଦୃଷ୍ଟି ରଖିଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମିରଞ୍ଜନ ଦାସ୍ ପ୍ରକାଶ କରିଛନ୍ତି।

Leave A Reply