ବୁଗୁଡ଼ା : ତା ୧୧/୧୦/୨୩ : ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସିମାଞ୍ଚଳ ସେଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢୀ ଯୋଗ ଦେଇ ବାଳିକାମାନଙ୍କୁ ମାର୍ଗ ଦର୍ଶନ କରିବା ସହ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ବିଇଓ କାର୍ଯାଳୟ ଅନ୍ତର୍ଗତ ୧୧ଟି କ୍ଲଷ୍ଟର ସ୍ତରରୁ ପ୍ରବନ୍ଧ , ବକ୍ତୃତା ଓ ଚିତ୍ରାଙ୍କନ ଆଦି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଆସିଥିବା ଛାତ୍ରୀମାନଙ୍କ ମଧ୍ୟରେ ପୁଣି ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ସିଆରସିସି କିରଣ ବାଳା ତ୍ରିପାଠୀ , ଶିକ୍ଷୟିତ୍ରୀ ଭାରତୀ ମହାନ୍ତି, ଅନିତା କୁମାରୀ ସାହୁ ଓ ଦେବୀ ଶବର , ଶିକ୍ଷକ ଶିବ ପ୍ରସାଦ ସେଠୀ ଓ ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ଅତିଥିଙ୍କ ଦ୍ଵାରା କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ତେବେ ଆୟୋଜିତ ପ୍ରତିଯୋଗିତା ଗୁଡିକ ମଧ୍ୟରୁ ପ୍ରବନ୍ଧରେ ଗୌଡିଆବୋରଦା ହାଇସ୍କୁଲର ସନ୍ତୋଷିନୀ ଡାକୁଆ , ବକ୍ତୃତାରେ ମହୁଲପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଜଲକ୍ଷ୍ମୀ ନାୟକ , ଚିତ୍ରାଙ୍କନରେ ବିରଞ୍ଚିପୁର ହାଇସ୍କୁଲର ଲିସି ସ୍ବାଇଁ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିବା ଜଣାଯାଇଛି ।