Odisha news

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ , ଅଭିଯୁକ୍ତ ଯୁବକ ଗିରଫ

0

ବୁଗୁଡ଼ା : ତା ୦୬/୦୭/୨୩ : ବୁଗୁଡ଼ା ଥାନା ଅଞ୍ଚଳରେ ଜନୈକା ନାବାଳିକାକୁ ଦୁଷ୍କର୍ମ ସହ ଫଟୋ ଓ ଭିଡିଓ ଭାଇରଲ ଅଭିଯୋଗରେ ବୁଗୁଡ଼ା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଡିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ କାଳୁ ମୂଳି l କାଳୁ ତାଙ୍କ ଘର ସାମ୍ନାରେ ରହୁଥିବା ଜଣେ ୧୬ ବର୍ଷୀୟା ନାବାଳିକାକୁ ଗତ ମାର୍ଚ୍ଚ ମାସରେ ଘରକୁ ଡାକି ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଫୋଟ ଓ ଭିଡିଓ ଉତ୍ତୋଳନ କରି ବ୍ଲାକ ମେଲିଂ କରିବା ଆରମ୍ଭ କରିଦେଇ ଥିଲେ । ଏଥି ସହ ଏ ବିଷୟରେ କାହାକୁ କହିଲେ ତୁମର ବାପା ଓ ମାଆଙ୍କୁ ହତ୍ୟା କରିଦେବି ଏବଂ ଯେତେବେଳେ ଡାକିଲେ ଆସିବୁ ନ ହେଲେ ଫୋଟ ଭିଡିଓ ଭାଇରଲ କରିଦେବି ବୋଲି ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି l ତେବେ ନାବାଳିକା ଜଣକ କଥା ନ ଶୁଣିବାରୁ କାଳୁ ଉକ୍ତ ଭିଡିଓ ଭାଇରଲ କରି ଦେଇଥିଲେ l ଏ ବିଷୟରେ ପିଡୀତାର ଭାଇ ଜାଣିବା ପରେ  ଯୁବତୀଙ୍କୁ ପଚାରିବାରୁ ସେ ସବୁ ବିଷୟ କହିଥିଲା l  ଏହା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ଗତ ୪ ତାରିଖରେ ଥାନାରେ ଏତଲା ଦିଆଯାଇଥିଲା l ସ୍ଥାନୀୟ ମେଡିକାଲରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଆଡିସନାଲ୍ ଆଇଆଇସି ଶର୍ମିଷ୍ଠା ପ୍ରଧାନ ଏ ନେଇ କେସ୍ ନଂ ୪୭୬/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କାଳୁକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l

Leave A Reply