ବୁଗୁଡ଼ା : ତା ୩୦/୦୫/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡ଼ୁ ଗ୍ରାମର ଏକ ଶୁଦ୍ଧିକ୍ରିୟା ଭୋଜିରେ ପ୍ରସ୍ତୁତ ତତଲା ତରକାରୀ ହାଣ୍ଡିରେ ଜଣେ ଶିଶୁ ପଡି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ବରଣ କରିବା ଘଟଣାକୁ ନେଇ ନଗୁଡୁ ଓ ଦଦରାଖୋଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତ ଶିଶୁ ଜଣକ ଦଦରାଖୋଲ ଗ୍ରାମର ବଳରାମ ସେଠୀଙ୍କ ତିନି ବର୍ଷର ଏକମାତ୍ର ପୁତ୍ର ସାଇପ୍ରସାଦ ସେଠୀ । ପ୍ରକାଶ ଯେ , ନଗୁଡୁ ଗ୍ରାମର ରଙ୍କନିଧି ସେଠୀଙ୍କ ଘରେ ଶୁଦ୍ଧିକ୍ରିୟା ଭୋଜିରେ ଯୋଗ ଦେବା ପାଇଁ ବଳରାମଙ୍କ ସପରିବାର ସେଠାକୁ ଯାଇଥିଲେ । ତେବେ ଭୋଜି ପାଇଁ ପ୍ରସ୍ତୁତ ହୋଇଥିବା ତତଲା ତରକାରୀ ହାଣ୍ଡିରେ ଅସାବଧାନତା ବଶତଃ ସାଇପ୍ରସାଦ ପଡିଯାଇଥିଲେ । ତାଙ୍କୁ ସେଥିରୁ ଉଦ୍ଧାର କରାଯାଇ ମାଣିତରା ମେଡିକାଲକୁ ନିଆ ଯାଇଥିଲା । ଶରୀରର ଅଧିକାଂଶ ଫୋଟକା ହୋଇ ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିଲା । ଏ ଖବର ପ୍ରଚାରିତ ହେବା ପରେ ଦଦରାଖୋଲ ଏବଂ ନଗୁଡୁ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ଜଣାଯାଇଛି ।