Odisha news

ବଡଚଣା ମିଶନଶକ୍ତି ଫେଡେରେସନ ସଭାନେତ୍ରୀ କିଛିନାଙ୍କୁ ଗିରଫ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ବ୍ଳକ ଘେରାଉ

0

ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣାବ୍ଳକ ମିଶନ ଶକ୍ତିର ଚର୍ଚିତ ଘଟଣା ଓ ମିଶନଶକ୍ତି ଫେଡେରେସନ ସଭାନେତ୍ରୀ କିଛିନା ମହାପାତ୍ରଙ୍କ ଲାଞ୍ଜନେବାର ଭିଡିଓ ଭାଇରାଲ ହେବା ପରେ ଅନେକ ଗୁମର ଧିରେ ଧିରେ ଲୋକଲୋଚନକୁ ଆସିବାରେ ଲାଗିଛି! ଏହି ଘଟଣା ନେଇ ପୂର୍ବ ଘୋଷଣା ଅନୁଯାଇ ମଗଂଳବାର ଦିନ ଫେଡେରେସନ ସଭାନେତ୍ରୀ କିଛିନାଙ୍କ ଗିରଫ ଦାବିରେ ବଡଚଣା ବିଜେପି ମହିଳା ମୋର୍ଚ୍ଚା ବ୍ଲକ ଘେରାଉ କରିବା ସହ ପ୍ରତିବାଦ ସଭା କରିଛି! ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦେବଯାନୀ ପ୍ରଧାନଙ୍କ ସଞ୍ଚାଳନରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ଯ ସଂପାଦକ ଅମର ନାୟକ ଯୋଗଦେଇ ମିଶନଶକ୍ତି ସଭାନେତ୍ରୀଙ୍କ ତୁରନ୍ତ ଗିରଫ ଦାବି କରିଥିଲେ!କିଛିନାଙ୍କ ଉତ୍କୋଚ କାରବାର ଓ  ଦିର୍ଘ ଆଠ ବର୍ଷ ହେବ ବେଆଇନଭାବେ ସେ ଗାଦି ମାଡି ବସିବା ବିଧାୟକଙ୍କ ସ୍ୱଛ, ନିର୍ମଳ ଶାସନର ଅନ୍ୟତମ ନମୂନା ବୋଲି କହିଥିଲେ ବକ୍ତାମାନେ ଅଭିଯୋଗ କରିଥିଲେ!।ଏଥିରେ ବିଜେପି ଜିଲ୍ଲା ସଂପାଦକ ପ୍ରମୋଦ ଜେନା, ପୂର୍ବତନ ବିଜେପି ସଭାପତି ଅଶୋକ ସାମଲ ,ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦକ ମଞୁଲତା ପ୍ରଧାନ, ମଣ୍ଡଳ ସଭାନେତ୍ରୀ ସବିତା ପଣ୍ଡା,ଗିତାଞଳି ମହାନ୍ତି,ମାମିନା ସେଠୀ,ସୋନି ବରାଳ, ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରୀତମ ନାୟକ, ମଣ୍ଡଳ ସଭାପତି ଲଲାଟେନ୍ଦୁ ମହାପାତ୍ର, ବିଭୁରଞ୍ଜନ ବଳ ସାମନ୍ତ, ବେଣୁଧର ବିଶ୍ବାଳ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ!  ସାତଦଫା ସମ୍ବଳିତ ଏକ ଦାବିପତ୍ର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

Leave A Reply