ବୁଗୁଡା : ତା ୩୦/୦୫/୨୩ : ବୁଗୁଡ଼ା ଥାନା ଅନ୍ତର୍ଗତ ମାଣିତରା ପଞ୍ଚାୟତର ତାମ୍ବିରି ଓ ମକରାପଲ୍ଲୀ ଗ୍ରାମରେ ବଜ୍ରପାତ ହେତୁ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ଜଣାଯାଇଛି । ମୃତା ମହିଳା ଜଣକ ତାମ୍ବିରି ଗ୍ରାମର ମନି ପ୍ରଧାନ (୫୫) ଏବଂ ଆହତ ଦୁଇ ଜଣ ମକରାପଲ୍ଲୀ ଗ୍ରାମର କାହ୍ନୁ ଆଲଟିଆ ଓ ତାମ୍ବିରି ଗ୍ରାମର ସଜନୀ ସାମଲ । ପ୍ରକାଶ ଯେ , ମଙ୍ଗଳବାର ଅପରାହ୍ନରେ ପବନ ହୋବାରୁ ମନି ଓ ସଜନୀ ଆମ୍ବ ଗୋଟାଇବାକୁ ଏକ ତୋଟାକୁ ଯାଇଥିବା ବେଳେ ସେଠାରେ ବଜ୍ରାଘାତର ଶିକାର ହୋଇଥିଲେ ।ଆହତ ଅବସ୍ଥାରେ ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ମେଡିକାଲରେ ମନିଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ଏବଂ ଆହତ ସଜନୀଙ୍କ ଚିକିତ୍ସା ଚାଲୁ ରଖିଥିଲେ । ସେହିପରି ସେହି ଅପରାହ୍ନ ସମୟରେ ହିଁ ମକରାପଲ୍ଲୀର କାହ୍ନୁ ମୋବାଇଲ ଦେଖୁଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲେ । ତାଙ୍କୁ ଆହତ ଅବସ୍ଥାରେ ଜଗନ୍ନାଥ ପ୍ରସାଦ ମେଡିକାଲକୁ ନିଆ ଯାଇଥିବା ଜଣାଯାଇଛି ।