ବୁଗୁଡ଼ା : ତା ୦୫/୦୫/୨୩ : ଐତିହାସିକ ଶୈବ ପୀଠ ତଥା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ ପାଦଦେଶସ୍ଥ ପ୍ରକୃତି ଉଦ୍ଯାନ (ଇକୋ ପାର୍କ) ଆଜି ଲୋକାର୍ପିତ ହୋଇଯାଇଛି । ଏଥି ନିମନ୍ତେ ଆୟୋଜିତ ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଡିଏଫଓ ସୁଦର୍ଶନ ବେହେରା , ପ୍ରାକ୍ତନ ଡିଏଫଓ ଦିଲ୍ଲୀପ କୁମାର ରାଉତ , ଏସିଏଫ୍ ପ୍ରଭାକର ନାୟକ , ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନଏସି ଉପାଧ୍ଯକ୍ଷା ଗୀତାଞ୍ଜଳି ପାଢ଼ୀ , କେ.ନୀଳମାଧବ ଆଚାରୀ, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର ଓ ଜଗନ୍ନାଥ ପ୍ରସାଦ ରେଞ୍ଜର ଉମାକାନ୍ତ ଦାଶଙ୍କ ସମେତ ବୁଦ୍ଧଖୋଲ ଉନ୍ନୟନ ସମିତିର ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଏବଂ ସଦସ୍ୟଗଣ ଉପସ୍ଥିତ ରହିଥିଲେ । ଗତ ୧୧ ଜାନୁଆରୀ ୨୦୨୦ରେ ଉକ୍ତ ଇକୋ ପାର୍କ ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ଦୀର୍ଘ ୩ ବର୍ଷ ଅତିବାହିତ ହୋଇଯାଇଥିବାରୁ ଏହାକୁ ଲୋକାର୍ପିତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା ବେଳେ ଆଜି ତାହା ପୂରଣ ହୋଇଥିବାରୁ ସାଧାରଣରେ ଖୁସିର ଲହରୀ ଖେଳିଯାଇଛି ।