Odisha news

୧୦ଟି ଓ୍ବାର୍ଡ ମେମ୍ବର ପଦବୀ ଲାଗି ୧୫ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

0

ବୁଗୁଡ଼ା : ତା ୦୬/୦୪/୨୩ :  ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୧୦ଟି ପଞ୍ଚାୟତରେ ଖାଲି ପଡିଥିବା ୧୦ଟି ଓ୍ବାର୍ଡ ସଭ୍ଯ ପଦ ଲାଗି ଆଜି ଶେଷ ଦିନ ସୁଦ୍ଧା ୧୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ବାସୁଦେବ ନାୟକଙ୍କ ଠାରୁ ପ୍ରକାଶ ପାଇଛି । ଏହି ବ୍ଲକ ଅନ୍ତର୍ଗତ ୬ଟି ପଞ୍ଚାୟତ ମଧ୍ୟରୁ ବି.କରଡ଼ାବାଡ଼ି ୪ନଂ ଓ୍ବାର୍ଡ, ବାଲିପଦରର ୫ନଂ , ବିରଞ୍ଚିପୁରର ୧୧ନଂ , ଗୋଲିଆର ୭ନଂ , କରଚୁଲିର ୧୫ନଂ ଓ ମୋଟାବାଡ଼ିର ୮ନଂ ଓ୍ବାର୍ଡ ପାଇଁ ମାତ୍ର ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ବନ୍ଦୀ ରହିଛନ୍ତି । ଅନ୍ଯପକ୍ଷରେ ପାଙ୍ଗିଡ଼ି ପଞ୍ଚାୟତର ୪ନଂ ଓ୍ବାର୍ଡ , ସଙ୍କୁରୁର ୧୧ନଂ ଓ୍ବାର୍ଡ ଓ ତାକରଡାର ୭ନଂ ଓ୍ବାର୍ଡ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପୋଚାଲୁଣ୍ଡି ପଞ୍ଚାୟତର ୬ନଂ ଓ୍ବାର୍ଡ ପାଇଁ ୩ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାଯାଇଛି ।

Leave A Reply