Odisha news

କୁକୁର ଯୋଗୁଁ ଦୁର୍ଘଟଣା, ବାଇକ ଚାଳକଙ୍କ ଗୋଡ଼ ଭାଙ୍ଗିଲା

0

ବୁଗୁଡ଼ା : ତା ୦୪/୦୪/୨୩: ବୁଗୁଡ଼ା ଥାନା ଅନ୍ତର୍ଗତ ଷୋଳମାଇଲି ପୋଖରୀ ନିକଟରେ ବାଇକ ଦୁର୍ଘଟଣାରେ ଚାଳକଙ୍କ ଗୋଡ଼ ଭାଙ୍ଗି ଯାଇଛି l ଆହତ ଯୁବକ ହେଲେ ବୁଗୁଡ଼ା ବ୍ଲକ ଛକର ପ୍ରଶାନ୍ତ ପ୍ରଧାନ ଓରଫ ପାଣ୍ଡା l ଆଜି ଅପରାହ୍ନରେ ପାଣ୍ଡା ପଙ୍କଳବାଡ଼ି ଗ୍ରାମକୁ ଯାଇ ବାଇକ ଯୋଗେ ବୁଗୁଡ଼ା ଫେରୁଥିବା ବେଳେ ବାଇକ ସାମ୍ମନାକୁ ହଠାତ ଗୋଟିଏ କୁକୁର ଆସି ଯିବାରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ l ଦୁର୍ଘଟଣାରେ ତାଙ୍କର ହାତ ଓ ମୁହଁରେ ଆଘାତ ଲାଗିବା ସହ ବାମ ଗୋଡ଼ ଭାଙ୍ଗି ଯାଇଥିଲା l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ  । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ନିଆଯାଇଥିବା ଜଣା ପଡିଛି l

Leave A Reply