Odisha news

ନିଶା ବେପାରୀକୁ ଉଠାଇ ନେଲା ଦିଲ୍ଲୀ ପୋଲିସ

0
ବୁଗୁଡ଼ା : ତା ୦୪/୦୪/୨୩ : ଦିଲ୍ଲୀ ପୋଲିସକୁ ଚକମା ଦେଇ ଖସି ଆସିଥିବା ଜଣେ ନିଶା ବେପାରୀକୁ ମାଡି ବସିଲା ଦିଲ୍ଲୀ ପୋଲିସ l ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରସିଂ ଠାରେ ୪ ଦିନ କାଳ ଜାଲ ବିଛାଇ ବସିବା ପରେ ପୋଲିସକୁ ମିଳିଲା ସଫଳତା l ଅଭିଯୁକ୍ତ ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ପାଣ୍ଡେରିପଡା ଗ୍ରାମର ରାଜେନ୍ଦ୍ର କୁମାର ନାୟକ l ଅଭିଯୁକ୍ତ ରାଜେନ୍ଦ୍ର ଗତ ବର୍ଷ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଦିଲ୍ଲୀ ପୋଲିସ  ଗଞ୍ଜେଇ ସହିତ ଇନୋଭା ଗାଡି ଧରିଥିଲା । ତେବେ  ଅଭିଯୁକ୍ତ ରାଜେନ୍ଦ୍ର ସେଠାରୁ ଚମ୍ପଟ ମାରି ଓଡିଶା ପଳାଇ ଆସିଥିଲା l ଦିଲ୍ଲୀ ପୋଲିସ କେସ ନଂ -୨୭୦/୨୨, ଧାରା ୨୦ ଏନଡିପିଏସ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାଜେନ୍ଦ୍ରକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲା l ମୋବାଇଲ ଟ୍ରାକିଙ୍ଗରୁ ଅଭିଯୁକ୍ତ ରାଜେନ୍ଦ୍ର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଞ୍ଚଳରେ ଥିବା ଜାଣିବାକୁ ପାଇଲା ପରେ ଦିଲ୍ଲୀ ପୋଲିସ ବୁଗୁଡ଼ାରେ ପହଞ୍ଚିଥିଲେ l ବୁଗୁଡ଼ା ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରାଙ୍କ ନିର୍ଦେଶ କ୍ରମେ  ଏସଆଇ ସମୀର ସେଠୀଙ୍କ ସହଯୋଗରେ  କରସିଙ୍ଗି ଗ୍ରାମରେ ପହଞ୍ଚି ଅନୁସନ୍ଧାନ କରିବା ପରେ ରାଜେନ୍ଦ୍ର ନିଜ ଶଶୁର ଘର କରସିଙ୍ଗି ନିକଟସ୍ଥ ନାଉଖାଲ ଗ୍ରାମରେ  ରହୁଥିବା ଜାଣିବାକୁ ପାଇ ପୋଲିସ ସେଠାରେ ପହଞ୍ଚି ସାଧା ପୋଷାକରେ ଛକି ରହି ରାଜେନ୍ଦ୍ରକୁ ଧରିବାରେ ସକ୍ଷମ ହୋଇଥିଲେ l ପରେ ଅଭିଯୁକ୍ତକୁ ବୁଗୁଡ଼ା ଥାନାକୁ ଆଣି ଅଧିକ ଜେରା କରିବାପରେ ଅଭିଯୁକ୍ତ ନିଜେ ଏକ ଇନୋଭା କାର ମାଧ୍ୟମରେ ଗଞ୍ଜେଇ ଚୋରା ଚାଲଣା କରୁଥିବା ସ୍ୱୀକାର କରିଥିଲା  l  ଦିଲ୍ଲୀ  ପୋଲିସ ଅଭିଯୁକ୍ତକୁ ଗିରଫ କରି ଦିଲ୍ଲୀ ନେଇଯାଇଥିବା ଜଣା ପଡିଛି
Leave A Reply