Odisha news

ଏନ୍ଏସି ପକ୍ଷରୁ ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବୁଗୁଡା : ତା ୦୨/୧୦/୨୨: ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଆଜି ବଡଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଏନ୍ଏସିର ସଫେଇ କର୍ମଚାରୀ ମାନଙ୍କୁ ଅତିଥି ରୂପେ ଗ୍ରହଣ କରି ନୂତନ ବସ୍ତ୍ର ପ୍ରଦାନ ସହ ସୁସ୍ବାଦୁ ବ୍ଯଞ୍ଜନ ଭୋଜନ ପ୍ରସ୍ତୁତ କରି ଖାଇବାକୁ ଦିଆଯାଇଥିଲା।  ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ  ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ବଡଖାନା କାର୍ଯ୍ୟକ୍ରମରେ ଏନ୍ଏସି ଅଧକ୍ଷ ଚିତ୍ରସେନ ପ୍ରଧାନ, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରାଙ୍କ ସମେତ କାଉସିଲର ଓ କର୍ମଚାରୀମାନେ ଯୋଗଦେଇ ସଫେଇ କର୍ମଚାରୀ ମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ ।

Nalco
Leave A Reply